Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଶିମିଳିପାଳର ସୁରକ୍ଷା ଚିନ୍ତା: ନିୟୋଜିତ ହେବେ ସଶସ୍ତ୍ର ପୋଲିସ

Sanchar Live by Sanchar Live
December 19, 2024
in ଓଡିଶା
0
ଶିମିଳିପାଳର ସୁରକ୍ଷା ଚିନ୍ତା: ନିୟୋଜିତ ହେବେ ସଶସ୍ତ୍ର ପୋଲିସ
0
SHARES
2
VIEWS
FacebookTwitter

ବାରିପଦା: ଦୀର୍ଘ ବର୍ଷର ଦାବି ପରେ ଶିମିଳିପାଳକୁ ସୁରକ୍ଷିତ ରଖିବାକୁ ପ୍ରୟାସ ଆରମ୍ଭ ହେବାକୁ ଯାଉଛି । ଶିମିଳିପାଳକୁ ସଶସ୍ତ୍ର ପୋଲିସ ବାହିନୀ ଜଗିବେ ବୋଲି ଖବର ବନ୍ୟ ଓ ପରିବେଶ ପ୍ରେମୀଙ୍କୁ ବେଶ ଆନନ୍ଦ ଦେଇଛି ।

ସୂଚନା ମୁତାବକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଚତୁର୍ପାଶ ରେ ପଇଁତରା ମାରିବା ପାଇଁ ଗୋଟିଏ କମ୍ପାନୀ ସଶସ୍ତ୍ର ପୁଲିସ ନିୟୋଜିତ ହେବେ ।  ଏଥିପାଇଁ ସ୍ୱତନ୍ତ୍ର ଭାବେ ୧୩୧ ଜଣିଆ ଏକ ସମର୍ପିତ ସଶସ୍ତ୍ର ବା ଡେଡିକେଟେଡ ଆର୍ମଡ ପୋଲିସ ରିଜର୍ଭ କମ୍ପାନୀ ଗଠନ ହେବ । ଏଥିପାଇଁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ । ତିଆରି ହେବାକୁ ଥିବା ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନ୍ସପେକ୍ଟର, ୩ ଜଣ ସବ୍ ଇନ୍ସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ । ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ ପୋଲିସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।

ଶିକାରୀଙ୍କ ଗୁଳିରେ ୨ବନ କର୍ମଚାରୀଙ୍କ ମୃତ୍ୟ ପରେ ତତ୍କାଳୀନ ନବୀନ ସରକାର ପୁଲିସ ଓ ବନକର୍ମଚାରୀଙ୍କୁ ନେଇ ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ) ଗଠନ କରି ୧୦୦ଜଣିଆ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରିଥିଲେ । ଏହାପରେ ଶିମିଳିପାଳରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ପରେ ଶତାଧିକ ବନ୍ଧୁକ, ମାରଣାସ୍ତ୍ର ଜବତ ସହିତ ବହୁ ସଂଖ୍ୟାରେ ଶିକାରୀ ମଧ୍ୟ ଗିରଫ ହୋଇଥିଲା । ତେବେ ମୋହନ ସରକାର ଦାୟିତ୍ୱ ନେବା ପରେ ୧୦୦ଜଣିଆ ସଶସ୍ତ୍ର ପୁଲିସ ବଳକୁ ପ୍ରତ୍ୟାହାର କରିନେଇଥିଲେ ।

ଏନେଇ ରାଜ୍ୟସଭାରେ ବିଜେଡି ସାଂସଦ ଡ ସସ୍ମିତ ପାତ୍ର କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ନିୟନ୍ତ୍ରଣ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ପରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମାତ୍ର ୩୪ଜଣ ବନକର୍ମଚାରୀ ବାଘ ସୁରକ୍ଷାରେ ନିୟୋଜିତ ବୋଲି ସେ ଉତ୍ତର ରଖିଥିଲେ । ଅପରପକ୍ଷରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ମଧ୍ୟ ପୋଲିସ ବଳ ପ୍ରତ୍ୟାହାର ପରେ ପୁନର୍ବାର ମୁତୟନ ପାଇଁ ପତ୍ର ଲେଖିଥିଲେ । ବର୍ତ୍ତମାନ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ସର୍ବାଧିକ ବାଘ ଥିବା ବେଳେ ୧୪ଟି କଳାବାଘ ଅଛନ୍ତି । ସେପଟେ ଆନୁବଂଶିକ ମିଟିଙ୍ଗକୁ ରୋକି ବାଘ ବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଦୁଇଟି ବାଘୁଣୀ ଶିମିଳିପାଳକୁ ଆସିଛନ୍ତି । ତେବେ ଶିମିଳିପାଳ ସୁରକ୍ଷା ନେଇ ଦେଶ ବିଦେଶରେ ଚର୍ଚ୍ଚା ହେଉଥିବା ବେଳେ ବାଘ ବଂଶ ବୃଦ୍ଧି ପାଇଁ ଶିମିଳିପାଳ ପ୍ରକୃଷ୍ଟ ସ୍ଥାନ ବୋଲି ଏନଟିସିଏ କହିଛି । ସେପଟେ ଏଆଇ କ୍ୟାମେରା ଜରିଆରେ ଶିକାରୀଙ୍କୁ ଖୋଜି ଖୋଜି ଧରା ଯାଉଥିବା ବେଳେ ଶିମିଳିପାଳରେ ସଶସ୍ତ୍ର ପୋଲିସ ବାହିନୀ ମୁତୟନ ହେଲେ ବନ୍ୟଜନ୍ତୁ ଓ ଜୈବ ବିବିଧତା ସୁରକ୍ଷିତ ରହିବ । କାଠ ମାଫିଆ ଓ ଶିକାରୀଙ୍କ ଉପରେ ଲଗାମ ଲାଗିବ । ଏଥି ସହିତ ମଣିଷ କୃତ ବନାଗ୍ନି ଭୟ ମଧ୍ୟ କମିବ ।

Tags: odishaSimilipala
ShareTweetShareSend
Sanchar Live

Sanchar Live

Next Post
ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ

ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.