ସଂଚାର ବ୍ୟୁରୋ: ଜଳେଶ୍ୱର ସୁବର୍ଣ୍ଣରେଖାରେ ପୁଣି ବନ୍ୟା । ଜଳେଶ୍ୱର ରାଜଘାଟ ଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା । ସକାଳ ୭ ଟା ସୁଦ୍ଧା ଜଳେଶ୍ୱର ରାଜଘାଟ ଠାରେ ୧୦.୫୦ ମିଟରରେ ଜଳ ପ୍ରବାହିତ ହେଉଛି। ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ରହିଛି। ଗାଲୁଡ଼ିହି ବ୍ୟାରେଜ୍ ଗତ କାଲି ସକାଳ ୧୦ ଟା ରେ ପ୍ରାୟ ୪ ଲକ୍ଷ କ୍ୟୁସେକ ଜଳ ଛାଡିଥିବା ସୂଚନା। ସନ୍ଧ୍ୟା ୭ ଟା ସୁଦ୍ଧା ସର୍ବାଧିକ ୧୧.୪୦ ମିଟର ଛୁଇଁବା ନେଇ ଆକଳନ କରିଛି କେନ୍ଦ୍ରୀୟ ଜଳଆୟୋଗ। ଭୋଗରାଇ ଓ ବାଲିଆପାଳ ବହୁ ଗାଁକୁ ପଶୁଛି ବନ୍ୟାପାଣି । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଷଷ୍ଠ ଥର ବନ୍ୟା ହୋଇଛି। ।