ସଂଚାର ବ୍ୟୁରୋ: ଗର୍ଭବତୀଙ୍କୁ ଗୁଳି କରି ହତ୍ୟା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲୀ ଗାଁରେ । ଗତକାଲି ରାତିରେ କିଛି ଲୁଟେରା ଲୁଟ କରୁଥିଲେ । ଏହି ସମୟରେ ମହିଳା ଜଣକ ଜୋରରେ ପାଟି କରିବାରୁ ମହିଳାଙ୍କୁ ଗୁଳି କରିଥିଲେ ଲୁଟେରା । ଏହି ଗୁଳିକାଣ୍ଡରେ ମହିଳାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।