ସଂଚାର ବ୍ୟୁରୋ: ଇଣ୍ଡୋନେସିଆରେ ଭୟଙ୍କର ଅଗ୍ନିକାଣ୍ଡ। ୨୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଛନ୍ତି ଅନେକ। କିଛି ଲୋକ ଏବେ ବି କୋଠାରେ ଫସିଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ଥିବା ସୂଚନା ମିଳିଛି। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାର ଏକ ସାତ ମହଲା କୋଠାରେ ଘଟିଛି ଅଘଟଣ। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁକୁ ଆୟତ୍ତ କରିବା ଲାଗି ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀକୁ ସଂଘର୍ଷ କରିବାକୁ ପଡିଥିଲା। ଅଗ୍ନିକାଣ୍ଡରେ କୋଠାର ବିପୁଳ ସମ୍ପତ୍ତି ନଷ୍ଟ ହୋଇଛି। ଏହି କୋଠାରେ ଟେରା ଡୋର୍ନା ଇଣ୍ଡୋନେସିଆ ନାମକ କମ୍ପାନୀ କାର୍ଯ୍ୟ କରୁଥିଲା। ଏହା ମାଇନିଂ ଠାରୁ ଆରମ୍ଭ କରି କୃଷି ଯାଏ- ବିଭିନ୍ନ ସେକ୍ଟରରେ କାର୍ଯ୍ୟ କରୁଥିଲା। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ହଂକଂର ତାଇ ପୋ ଜିଲ୍ଲାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୧୬୦ ଲୋକଙ୍କ ମୃତ୍ୟୁ ପରେ ଜାକର୍ତ୍ତାର ଅଗ୍ନିକାଣ୍ଡ ଘଟିଛି।

