ସଂଚାର ବ୍ୟୁରୋ: ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପୁଲିସ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଫ୍ରାଞ୍ଚାଇଜ, ବିଜୟ ପରେଡ କାର୍ଯ୍ୟକ୍ରମର ଆୟୋଜକ ଡିଏନଏ ଏଣ୍ଟରଟେନମେଣ୍ଟ ନେଟଓ୍ବର୍କ୍ସ ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ(କେଏସସିଏ)ର ପ୍ରଶାସନିକ କମିଟି ବିରୋଧରେ ଆଜି ଏତଲା ରୁଜୁ କରିଛି ।
ଘଟଣାର ୨୪ ଘଣ୍ଟା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । RCB, DNA (ଇଭେଣ୍ଟ ମ୍ୟାନେଜର), କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ବିରୁଦ୍ଧରେ କ୍ୟୁବନ ପାର୍କ ପୋଲିସ ଷ୍ଟେସନରେ ଏକ FIR ରୁଜୁ କରାଯାଇଛି । FIRରେ ଦଳାଚକଟା ଘଟଣାରେ ଅପରାଧିକ ଅବହେଳା ଉଲ୍ଲେଖ କରାଯାଇଛି । FIRରେ ଧାରା 105, 125 (1) (2), 132, 121/1, 190 R/W 3 (5) ଲଗାଯାଇଛି ।
ଗୁରୁବାର ପୂର୍ବାହ୍ନରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଦଳାଚକଟା ମାମଲାର ଶୁଣାଣି କରି ଏହାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଜୁନ ୧୦ ତାରିଖ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭି. କାମେଶ୍ଵର ରାଓ ଏବଂ ବିଚାରପତି ସି.ଏମ. ଜୋଶୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ସୂଚନାନୁସାରେ ,ଆରସିବି ଆଇପିଏଲ ୨୦୨୫ ଟ୍ରଫି ଜିତିବା ପରେ ଟିମକୁ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଛି । ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ ୧୦ ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ଘଟଣାରେ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି ।