Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ଭୁବନେଶ୍ବର ଏବଂ ପୁରୀରେ ଫାଇନ୍ ଡରରେ ଲାଇନ୍

Sanchar Live by Sanchar Live
December 23, 2025
in ଓଡିଶା
0
0
SHARES
32
VIEWS
Facebook
Twitter

ସଂଚାର ବ୍ୟୁରୋ: ଫାଇନ୍ ଡରରେ ଲାଇନ୍ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ଏବଂ ପୁରୀରେ । ପଲ୍ୟୁସନ ସାର୍ଟିଫିକେଟ ପାଇଁ ଲମ୍ବା ଲାଇନ୍ ଲାଗିଛି । ନୂଆବର୍ଷରୁ କଡ଼ାକଡ଼ି ହେବ ପଲ୍ୟୁସନ ସାର୍ଟିଫିକେଟ ନିୟମ । ବିନା ପଲ୍ୟୁସନ୍ ସାର୍ଟିଫିକେଟରେ ମିଳିବନି ପ୍ରେଟ୍ରୋଲ ଓ ଡିଜେଲ । ପରିବହନ ବିଭାଗର ନୂଆ ନିର୍ଦ୍ଦେଶାନାମାକୁ ନେଇ ଛାନିଆ ଗାଡ଼ି ମାଲିକ । କିଏ କିଏ ନିଷ୍ପତ୍ତିକୁ ସ୍ବାଗତ କରୁଛି ତ ଆଉ କିଏ ବିରୋଧ କରୁଛି । କାହାର କାହାର ପୁରୁଣା ଫାଇନ ଟେନସନ ବଢାଉଛି ।

ଗାଡି ଚାଳକଙ୍କ ଯଦି ପୂର୍ବରୁ କିଛି ଫାଇନ ପେଣ୍ଡିଙ୍ଗ ଥିବ ତେବେ ମିଳିବନି ପଲ୍ୟୁସନ ସାର୍ଟିଫିକେଟ। ପ୍ରଥମେ ଫାଇନର ଷ୍ଟାଟସ୍ ଅନୁସାରେ କୋର୍ଟ ନହେଲେ ଅନଲାଇନରେ ପେଣ୍ଡିଙ୍ଗ ଫାଇନ୍‌ ପେମେଣ୍ଟ କରିବାକୁ ପଡ଼ିବ। ପରେ ସାର୍ଟିଫିକେଟ ମିଳିବ। ସୋମବାର ପେଟ୍ରୋଲ ଡିଲର ଆସୋସିଏସନ, ତୈଳ କମ୍ପାନୀ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀଙ୍କ ସହ ପରିବହନ କମିଶନର ଅମିତାଭ ଠାକୁରଙ୍କ ମଧ୍ୟରେ ବୈଠକ ବସିଥିଲା। ବୈଠକରେ ପଲ୍ୟୁସନ ସର୍ଟିଫିକେଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଯେଉଁ ଗାଡ଼ିର ପ୍ରଥମଥର ପାଇଁ ଚାଲାଣ କଟୁଛି ତାକୁ ଛାଡ଼ କରାଯିବ ।

Related posts

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

November 7, 2026
ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

November 7, 2026

ବିଧାନସଭାର ତଥ୍ୟ ଅନୁସାରେ ରାଜ୍ୟରେ ଜନସଂଖ୍ୟା ତୁଳନାରେ ଦୁଇ ଚକିଆ ଗାଡିର ସଂଖ୍ୟା ୧୭.୨୫ ଓ ୪ ଚିକିଆ ଯାନର ସଂଖ୍ୟା ୨.୧୦ । ପୁରା ହିସାବ କଲେ ମୋଟ ଯାନ ସଂଖ୍ୟା ୧ କୋଟି ୧୭ ଲକ୍ଷ 89 ହଜାର ୬୪୭ । ଏଥରୁ ୯୦ ଭାଗ ହେଉଛି ଦୁଇ ଚକିଆ । ବିଶେଷଜ୍ଞଙ୍କ କହିବା କଥା ମାତ୍ର ୧୦ ରୁ ୧୨ ପ୍ରତିଶତ ଦୁଇ ଚକିଆ ଯାନର ପ୍ରଦୁଷଣ ସାର୍ଟିଫିକେଟ ଅଛି ।

ପୁରୁଣା ଗାଡ଼ି ଗୁଡ଼ିକ ୬ ମାସରେ ଥରେ ପ୍ରଦୁଷଣ ସାର୍ଟିଫିକେଟ କରୁଥିବା ବେଳେ ନୂଆ ଗାଡ଼ି ବର୍ଷକୁ ଥରେ କରୁଛନ୍ତି । ଗାଡି ତୁଳନାରେ ନାହିଁ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର । ହିସାବ ଅନୁସାରେ ପୁରା ରାଜ୍ୟରେ ୮୦୧ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ରହିଛି । ପ୍ରଶ୍ନ ଉଠୁଛି କମ ଦିନ ଭିତରେ ସମସ୍ତେ କରି ପାରିବେ କି ପଲ୍ୟୁସନ ସାର୍ଟିଫିକେଟ୍‌ । ପେଟ୍ରୋଲ ଟାଙ୍କିରେ କେମିତି ଚେକିଂ ହେବ ପଲ୍ୟୁସନ ସାର୍ଟିଫିକେଟ ? ବାସ୍ତବରେ ଏହା ଫଳଫ୍ରଦ ହେବ ନା ନିୟମ କେବଳ କାଗଜ କଲମରେ ରହିଯିବ ?

Tags: bhubaneswarfineodisha

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍ ଉପହାର
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି
  • ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.