ସଂଚାର ବ୍ୟୁରୋ: ୭୦ତମ ଜାତୀୟ ସିନେମା ପୁରସ୍କାର ପ୍ରଦାନ। ଦିଲ୍ଲୀରେ ବର୍ଣ୍ଣାଢ୍ୟ ଉତ୍ସବ ପରିବେଶ ମଧ୍ୟରେ ଜାତୀୟ ସିନେମା ପୁରସ୍କାର ପ୍ରଦାନ କରାଯାଇଛି। ଦିଲ୍ଲୀର ବିଜ୍ଞାନ ଭବନରେ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରୀୟ ସିନେମା ପୁରସ୍କାର ପ୍ରଦାନ କରାଯାଇଛି। ଭେଟେରାନ ଅଭିନେତା ତଥା ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଛି। କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଏ. ଆର ରେହମାନଙ୍କୁ ପୋନ୍ନିୟିନ ସେଲବନ ପାର୍ଟ-ୱାନ୍ ଫିଲ୍ମ ଲାଗି ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି। ଫିଲ୍ମ କାନ୍ତାରା ଲାଗି ଅଭିନେତା ଋଷଭ ସେଟ୍ଟିଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଅଭିନେତ୍ରୀ ନିତ୍ଯା ମେନନ ଏବଂ ମାନସୀ ପାରେଖଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଫିଲ୍ମ ତିରୁଚିତ୍ରାମ୍ବଲମ ସିନେମା ଲାଗି ନିତ୍ଯା ମେନନ ଏହି ପୁରସ୍କାର ପାଇଛନ୍ତି। ସେହିପରି କଛ୍ ଏକ୍ସପ୍ରେସ ଲାଗି ମାନସୀ ପାରେଖ ଏହି ପୁରସ୍କାୀର ପାଇଛନ୍ତି। ଅଟ୍ଟମକୁ ମିଳିଛି ସର୍ବେଶ୍ରେଷ୍ଠ ଫିଲ୍ମ ପୁରସ୍କାର। ଗୁଲମୋହରକୁ ସର୍ବଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ସହ ଅଭିନେତ୍ରୀ ନୀନା ଗୁପ୍ତା ପାଇଛନ୍ତି। ପବନ ମଲହୋତ୍ରା ସର୍ବଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଛନ୍ତି। ଦମନକୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଲାଗି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।