ସଂଚାର ବ୍ୟୁରୋ: ବୋହୂର ନାକ କାଟିଲା ଶ୍ୱଶୁର। ପାରିବାରିକ କଳହର କରୁଣା ପରିଣତି । ରାଗିଗଲେ ଶ୍ୱଶୁର,
କାଟିଦେଲେ ବୋହୂର ନାକ। କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର ।
ସୂଚନା ଥାଉକି, ଘରେ କୌଣସି କଥାକୁ ନେଇ ଝଗଡା ଲାଗିଥିଲା । ତେବେ କଥା କଟାକଟିରୁ ଏହି ଝଗଡା ଚରମ ସୀମାରେ ପହଞ୍ଚିଥିଲା । ଶେଷରେ ବୋହୁର ନାକକୁ ଏକ ଧାରୁଆ ଅସ୍ତ୍ରରେ କାଟିଦେଇଥିଲା ଶ୍ୱଶୂର । ଏବେ ବୋହୂଙ୍କୁ ଗୁରୁଡ଼ିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ବୋହୂ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ସଂପୁକ୍ତ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍ ।