ସଂଚାର ବ୍ୟୁରୋ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ଲାଭ ପାଉଛନ୍ତି । ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ମୋଟ ୨୦ଟି କିସ୍ତି ପଠାଯାଇଛି । ଏବେ ଚାଷୀମାନେ ୨୧ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି, ଯାହା ନଭେମ୍ବର ପ୍ରଥମ ସପ୍ତାହରେ ପ୍ରଦାନ କରାଯିବ ବୋଲି ଅନୁମାନ କରାଯାଉଛି ।
ଗତବର୍ଷ ସରକାର ସମାନ ସମୟ ମଧ୍ୟରେ ୧୦ମ, ୧୪ତମ ଏବଂ ୨୦ତମ କିସ୍ତି ପ୍ରଦାନ କରିଥିଲେ । ତେଣୁ ଏଥର ମଧ୍ୟ କୃଷକମାନଙ୍କ ଆକାଉଣ୍ଟକୁ ସମୟ ଅନୁସାରେ ପାଣ୍ଠି ସ୍ଥାନାନ୍ତରିତ ହେବ ବୋଲି ଅନୁମାନ କରାଯାଉଛି । ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି ।
ଚାଷୀ ଏସବୁ କରିବା ଜରୁରୀ :
ଯଦି ଜଣେ ଚାଷୀଙ୍କ ଆକାଉଣ୍ଟ କିମ୍ବା ଆଧାର-ସମ୍ବନ୍ଧୀୟ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ଥାଏ, ତେବେ ସେମାନଙ୍କ ପାଖକୁ ଟଙ୍କା ଆସିବାରେ ବିଳମ୍ବିତ ହୋଇପାରେ । ୨୧ତମ କିସ୍ତି ଜାରି ହେବା ପୂର୍ବରୁ ଚାଷୀମାନଙ୍କୁ ଏହି ଦୁଇଟି କାମ କରିବାକୁ ହେବ । ଏହାଛଡା ଭୂ-ସତ୍ୟାପନ କରିବା ଜରୁରୀ । ଯେଉଁଥିରେ ଚାଷୀଙ୍କ ଜମିର ରେକର୍ଡ ରାଜ୍ୟର ରାଜସ୍ବ ପୋର୍ଟାଲରେ ଭେରିଫାଏ ହୋଇଥାଏ ।
ଏହି ଦୁଇଟି ପ୍ରକ୍ରିୟା ଅସଂପୂର୍ଣ୍ଣ ଥିଲେ, କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଆସିବ ନାହିଁ । ଅନେକ ଚାଷୀଙ୍କ ପଛ କିସ୍ତି କେବଳ ଏହି କାରଣ ପାଇଁ ଅଟକି ରହିଥିଲା । ତେଣୁ ସରକାର ବାରମ୍ବାର ଚାଷୀଙ୍କୁ ଅପିଲ୍ କରି ଦୁଇଟି କାମ କରିବାକୁ କହୁଛନ୍ତି । ଏହି ଦୁଇଟି ପ୍ରକ୍ରିୟା ହେବା ପରେ କିସ୍ତି ଆପେ ଆପେ ଚାଷୀଙ୍କ ଆକାଉଣ୍ଟକୁ ଆସିଯିବ ।

