ଯଦି ଆପଣଙ୍କର ଆଇବ୍ରୋ ପତଳା, ତେବେ ଆପଣ ଏହାକୁ ମୋଟା କରିବା ପାଇଁ କିଛି ଘରୋଇ ଜିନିଷ ବ୍ୟବହାର କରିପାରିବେ । ଆଜିକାଲି ଘନ ଏବଂ ସୁନ୍ଦର ଆଇବ୍ରୋ ସମସ୍ତଙ୍କୁ ପସନ୍ଦ । ଆଇବ୍ରୋକୁ ସୁନ୍ଦର କରିବାଲାଗି ପାର୍ଲର ଯିବା ପରିବର୍ତ୍ତେ କିଛି ପ୍ରାକୃତିକ ପଦ୍ଧତି ଗ୍ରହଣ କରନ୍ତୁ ଯାହା ଆଇବ୍ରୋକୁ ସିନ୍ଦର କରିବା ସହ ମୋଟା ମଧ୍ୟ କରିଥାଏ । ଆସନ୍ତୁ ଜାଣିବା କିପରି ଆଇବ୍ରୋକୁ ମୋଟା କରିବେ?
ଜଡ଼ା ତେଲ: ଜଡ଼ା ତେଲ କେଶ ପାଇଁ ସର୍ବୋତ୍ତମ ତେଲ। ଏଥିରେ ଥିବା ରିସିନୋଲିକ୍ ଏସିଡ୍ କେଶର ମୂଳକୁ ପୋଷଣ ଦେଇ ଘନ କରିଥାଏ। ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ଏକ ତୁଳା ସାହାଯ୍ୟରେ ଆଇବ୍ରୋ ଉପରେ ଲଗାନ୍ତୁ ଏବଂ ସକାଳେ ଏହାକୁ ଧୋଇ ଦିଅନ୍ତୁ। ନିୟମିତ ବ୍ୟବହାର କରନ୍ତୁ , ଆପଣ ମାତ୍ର କିଛି ମାସ ମଧ୍ୟରେ ପାର୍ଥକ୍ୟ ଦେଖିବେ।
ନଡ଼ିଆ ତେଲ: ନଡ଼ିଆ ତେଲ ଭିଟାମିନ୍ ଇ, ଫ୍ୟାଟି ଏସିଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ଏହା କେବଳ କେଶକୁ ମଜବୁତ କରେ ନାହିଁ ବରଂ ସେଗୁଡ଼ିକୁ ସୁନ୍ଦର ଏବଂ ଚମକଦାର ମଧ୍ୟ କରିଥାଏ। ଆପଣଙ୍କ ଆଙ୍ଗୁଠିରେ ତେଲର ଏକ ବୁନ୍ଦା ନେଇ ଆଇବ୍ରେରେ ଧୀରେ ମସାଜ୍ କରନ୍ତୁ ଏବଂ ରାତିସାରା ଛାଡି ଦିଅନ୍ତୁ। ସକାଳେ ଭଲ ଭାବରେ ଧୋଇଦିଅନ୍ତୁ ।
ଅଲିଭ୍ ତେଲ: ଯଦି ଆପଣଙ୍କର ସମ୍ବେଦନଶୀଳ ଚର୍ମ, ତେବେ ଅଲିଭ୍ ତେଲ ହେଉଛି ସର୍ବୋତ୍ତମ ବିକଳ୍ପ। ଏଥିରେ ଓଲିକ୍ ଏସିଡ୍ ଏବଂ ଭିଟାମିନ୍ ଇ ରହିଛି ଯାହା କେଶକୁ ମଜବୁତ ଏବଂ ସୁସ୍ଥ କରିଥାଏ। ଏହାକୁ ଏକ ତୁଳା ସାହାଯ୍ୟରେ ଲଗାନ୍ତୁ ଏବଂ କିଛି ଘଣ୍ଟା କିମ୍ବା ରାତିସାରା ଛାଡି ଦିଅନ୍ତୁ।