ସଂଚାର ବ୍ୟୁରୋ: ଜମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ। ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୨ ଆତଙ୍କୀ। କୁଲଗାମ ଜିଲ୍ଲାର ଆଦିଗାମ ଅଂଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଉଭଯଙ୍କ ମଧ୍ଯରେ ହୋଇଥିଲା ଗୁଳିବିନିମଯ। ଏଥିରେ ଜଣେ ଅଧିକାରୀ ସମେତ ୫ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆଦିଗାମ ଅଂଚଳରେ ଆତଙ୍କୀ ଲୁଚିଥିବା ଖବର ପାଇ ଘେରାବନ୍ଦୀ ଆରମ୍ଭ କରିଥିଲେ ସେନାର ଯବାନ। ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଆଦିଗାମ ଗାଁରେ ଆତଙ୍କୀ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ସେନା, ପୋଲିସ ଓ ସିଆରପିଏଫ ସମେତ ଅନ୍ଯ ସୁରକ୍ଷାକର୍ମୀଙ୍କୁ ନେଇ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ନିହତ ଆତଙ୍କୀ ପାକିସ୍ତାନ ଲିଙ୍କ ଥିବା ସନ୍ଦେହ କରାଯାଉଛି। କିଛି ଦିନ ମଧ୍ଯରେ ଏହି ଆତଙ୍କୀ ଜମ୍ମୁ କାଶ୍ମୀର, ଡୋଡା, କଠୁଆ, ରଜୌରୀ, ପୁଞ୍ଚ ଏବଂ ରିଆସୀ ଜିଲ୍ଲାରେ ସେନାର ଯବାନଙ୍କ ସହ ପୋଲିସ ଓ ସାଧାରଣ ଜନତାଙ୍କ ଉପରେ ହମଲା କରି ପାହାଡ ଅଂଚଳରେ ଲୁଚି ଯାଉଥିଲେ।