Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଅଛନ୍ତି ଏଲିଏନ! ଜେମସ ଓ୍ବେବ ସ୍ପେସ ଟେଲିସ୍କୋପ ଗବେଷଣା ଜରିଆରେ ତଥ୍ୟ

Sanchar Live by Sanchar Live
April 17, 2025
in ଭାରତ
0
ଅଛନ୍ତି ଏଲିଏନ! ଜେମସ ଓ୍ବେବ ସ୍ପେସ ଟେଲିସ୍କୋପ ଗବେଷଣା ଜରିଆରେ ତଥ୍ୟ
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: ସୌରମଣ୍ଡଳ ବାହାରେ ଆଉ ଏକ ଗ୍ରହରେ ଥାଇପାରନ୍ତି ଏଲିଏନ । ଜେମସ ଓ୍ବେବ ସ୍ପେସ ଟେଲିସ୍କୋପ ଜରିଆରେ ହୋଇଥିବା ଗବେଷଣା ଅନୁସାରେ ଗବେଷକମାନେ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ । ସେହି ଗ୍ରହର ଜଳବାୟୁ ପ୍ରାଣୀଙ୍କ ଜୀବନ ଲାଗି ଅନୁକୂଳ ଏବଂ ବିଭିନ୍ନ ଗ୍ୟାସର କେମିକାଲ ଫିଙ୍ଗରପ୍ରିଣ୍ଟ ଏହା ପ୍ରମାଣ କରୁଛି ବୋଲି କହିଛନ୍ତି ବୈଜ୍ଞାନିକ । ପୃଥିବୀରେ ଏହି ଧରଣର ପ୍ରକ୍ରିୟା ଥିବାରୁ ସେହି ଗ୍ରହରେ ବି ଜୀବସତ୍ତା ଥାଇପାରନ୍ତି ବୋଲି ସେମାନେ କହିଛନ୍ତି । K2-18 b ନାମକ ସେହି ଗ୍ରହରେ ଦୁଇଟି ଗ୍ୟାସ ଯଥା ଡାଇମିଥାଇଲ ସଲଫାଇଡ ବା DMS ଏବଂ ଡାଇମିଥାଇଲ ଡାଇସଲଫାଇଡ ବା DMDS ଥିବା ଜଣାଯାଇଛି । ସାଧାରଣତଃ ପୃଥିବୀ ପରି ଗ୍ରହରେ ଜୀବଜଗତ ଥିବାରୁ ଏହି ଦୁଇ ଗ୍ୟାସ ରହିଥାଏ । ଏହି ଦୁଇ ଗ୍ୟାସ K2-18 b ଗ୍ରହରେ ଉପଲବ୍ଧ ଥିବାରୁ ସେଠାରେ ବି ଜୀବସତ୍ତା ଥିବା ସମ୍ଭାବନା ବୋଲି କୁହାଯାଇଛି ।

କେମ୍ବ୍ରିଜ ବିଶ୍ଭବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋନୋମିର ଆଷ୍ଟ୍ରୋଫିଜିସିଷ୍ଟ ତଥା ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ନିକ୍କୁ ମଧୁସୂଦନ ଏହି ସୂଚନା ଦେଇଛନ୍ତି । K2-18 b ହେଉଛି ପୃଥିବୀଠାରୁ ୮.୬ ଗୁଣ ବଡ଼ ଏବଂ ଏହାର ବ୍ୟାସ ହେଉଛି ପୃଥିବୀଠାରୁ ୨.୬ ଗୁଣ ଅଧିକ । ଏହି ଗ୍ରହ ଏକ ବସତିଯୋଗ୍ୟ ଜୋନରେ ଘୂର୍ଣ୍ଣାୟମାନ ଯେଉଁଠି ଜଳ ଉପଲବ୍ଧ ହେବାର ସୁଯୋଗ ରହିଛି । ପୃଥିବୀଠାରୁ ଏହାର ଦୂରତା ରହିଛି ୧୨୪ ଆଲୋକ ବର୍ଷ । ଏକ ଆଲୋକ ବର୍ଷର ଦୂରତା ହେଉଛି ୯.୫ ଟ୍ରିଲିୟନ କିଲୋମିଟର । ୧୯୯୦ ପରଠାରୁ ସୌରଜଗତ ବାହାରେ ୫ ହଜାର ୮୦୦ଗ୍ରହ ବା ଏକ୍ସୋପ୍ଲାନେଟର ଆବିଷ୍କାର କରାଗଲାଣି । ଏହି ଏକ୍ସୋପ୍ଲାନେଟଗୁଡିକରେ ଜୀବଜଗତ ଲାଗି ସହାୟକ DMS ଓ DMDS ଗ୍ୟାସର ଉପସ୍ଥିତି ଥିବାରୁ ସେଠାରେ ଜୀବସତ୍ତା ଥାଇପାରନ୍ତି ବୋଲି କୁହାଯାଇଛି ।

Tags: elionspecial story
ShareTweetShareSend
Sanchar Live

Sanchar Live

Next Post
ବରମୁଣ୍ଡାରେ ଚେନ୍ ଲୁଟେରାକୁ ଛେଚିଦେଲେ..

ବରମୁଣ୍ଡାରେ ଚେନ୍ ଲୁଟେରାକୁ ଛେଚିଦେଲେ..

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.