ଭୁବନେଶ୍ୱର: ଏକାମ୍ର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ ହେବା ପରଠାରୁ ଚଳଚଞ୍ଚଳ ହୋଇଛି ଏକାମ୍ର ନିର୍ବାଚନ ମଣ୍ଡଳୀର କୁଆଖାଇ ନଦୀପଠା। ପ୍ରଥମ ଥର ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଧୀରେ ଧୀରେ ବଢ଼ିବାରେ ଲାଗିଛି।ନୌବାଣିଜ୍ୟ ଇତିହାସର ମୂକସାକ୍ଷୀ ଏବଂ ପ୍ରସିଦ୍ଧ ଗଣ ଉତ୍ସବ ତଥା ବାଣିଜ୍ୟ ମେଳା ‘ବାଲି ଯାତ୍ରା’ ଆସନ୍ତୁ ଏଥିରେ ସାମିଲ ହୋଇ ଆମ ଇତିହାସର ପୃଷ୍ଠାକୁ ପୁନଃ ଜୀବିତ କରିବା ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ର ମୂଳ ଲକ୍ଷ୍ୟ।
ଆଜି ଶୀତୁଆ ସଂଧ୍ୟା ରେ ମତୁଆଲା କଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଓଡ଼ିଆ ଚଳଚିତ୍ର ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର।ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋଳି, ବିଭିନ୍ନ ଖାଇବା ଲୋକଙ୍କୁ ମୋହିତ କରୁଛି। ଆଜି ଆଇନ୍, ପୂର୍ତ୍ତ,ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ବାଲିଯାତ୍ରା କମିଟିର ସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ ସପ୍ତମ ସଂଧ୍ୟାରେ ଉତ୍ସବ କୁ ଶୁଭାରମ୍ଭ କରିଥିଲେ।
ଏଥିରେ କମିଟି ର ସମ୍ପାଦକ କବିରାଜ ସ୍ବାଇଁ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଓଡ଼ିଶା ଯାତ୍ରା ଜଗତର ପ୍ରଯୋଜକ କ୍ଷୀରୋଦ କୁମାର ସ୍ଵାଇଁ, ସମିତି ସଭ୍ୟ ପ୍ରକାଶ ସ୍ବାଇଁ,ଯୁବ ନେତା କୃଷ୍ଣ ଚନ୍ଦ୍ର ନାୟକ, ଶୁରେନ୍ ବରାଳ, ଅଜୟ ସ୍ବାଇଁ, ଅକ୍ଷୟ ଜେନା, ପ୍ରକାଶ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ,ଯୁବ ମୋର୍ଚ୍ଚା ଭୁବନେଶ୍ୱର ସଭାପତି ସ୍ୱୟଂ ସେବକ ରାୟ, ସମାଜ ସେବୀ ପ୍ରକାଶ ସିଂ ପ୍ରମୁଖ ଅତିଥି ଭାବେ ଯୋଗୋଦେଇଥିଲେ।
ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏକାମ୍ର ନିର୍ବାଚନ ମଣ୍ଡଳୀ ତଥା ବାଙ୍କୁଆଳ, କେଶୁରା, କୋରଡ଼କଣ୍ଟା, ଦୁର୍ଗାପୁର ପାଟଣା ଓ ବାସୁଆଘର ମୁରବି ଓ ଯୁବଗୋଷ୍ଠୀଙ୍କୁ ନେଇ ପ୍ରଥମଥର ଲାଗି ଏକାମ୍ର ବାଲିଯାତ୍ରା ମହୋତ୍ସବ-୨୦୨୪ ଆୟୋଜନ କରାଯାଇଛି।