ଆଜି ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସ୍ତ୍ରୀ ଟୀନା ଅମ୍ବାନୀଙ୍କୁ ମନି ଲଣ୍ଡରିଂ ମାମଲାରେ ତଦନ୍ତ ପାଇଁ ଇଡ଼ି ସମନ ଜାରି କରିଛି । କିନ୍ତୁ ତଦନ୍ତ ପାଇଁ ଅମ୍ବାନୀ ହାଜର ହୋଇନଥିଲେ । ଖୁବ୍ ଶୀଘ୍ର ଟୀନା ଅମ୍ବାନୀଙ୍କୁ ନୂତନ ସମନ ଜାରି କରାଯିବ ବୋଲି ଜଣାପଡୁଛି ।
ସୂଚନାନୁଯାୟୀ, ନ୍ୟୁୟର୍କର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିବା ମାମଲାରେ ପଚରାଉଚରା ପାଇଁ ଟିନାଙ୍କୁ ପୁଣି ଡକାଯିବ । ୪୦ ହଜାର କୋଟି ଟଙ୍କାର କର୍ପୋରେଟ୍ ବ୍ୟାଙ୍କ ଜାଲିଆତିର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ SIT ଗଠନ କରାଯାଇଛି । ଏହି ମାମଲାର ତଦନ୍ତ ପାଇଁ ଅନିଲ ଅମ୍ବାନୀ ବିନା ଅନୁମତିରେ ଦେଶ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଇଡି ଗତ ବର୍ଷଠାରୁ ଅନିଲ ଅମ୍ବାନୀ ଏବଂ ତାଙ୍କ ଗୋଷ୍ଠୀ କମ୍ପାନୀଗୁଡ଼ିକର ତଦନ୍ତ କରୁଛି ଏବଂ ଏପର୍ଯ୍ୟନ୍ତ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ତିନୋଟି ଏନଫୋର୍ସମେଣ୍ଟ କେସ୍ ଇଫର୍ମେସନ୍ ରିପୋର୍ଟ (ECIRs) ଦାଖଲ କରିଛି । ଯାହା ଇଡିର ପୋଲିସ ଏଫଆଇଆର ସମକକ୍ଷ । ଏଥିରେ ୧୨ହଜାର କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଆଟାଚ୍ କରିଛି ।
