ସଂଚାର ବ୍ୟୁରୋ: ମିଆଁମାରରେ ଭୂମିକମ୍ପ କ୍ଷୟକ୍ଷତି ପରେ,ଭାରତରେ ପୁଣି ଦୋହଲିଲା ଭୂମି। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ରାଜଧାନୀ ଲେହରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ଥିଲା ବୋଲି ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର।ତେବେ କୌଣସି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଗତ ଶୁକ୍ରବାର ମିଆଁମାର ଏବଂ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ କୋଲକାତା ଏବଂ ଇମ୍ଫାଲରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଗତ ୨୮ ତାରିଖ ସକାଳେ ନେପାଳରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ଝଟକା ବିହାର, ସିଲିଗୁଡ଼ି ଏବଂ ଭାରତର ଅନ୍ୟାନ୍ୟ ପଡ଼ୋଶୀ ଅଞ୍ଚଳରେ ଅନୁଭୂତ ହୋଇଥିଲା। ନେପାଳ ବିଶ୍ୱର ସବୁଠାରୁ ସକ୍ରିୟ ଭୂକମ୍ପ କ୍ଷେତ୍ର ମଧ୍ୟରୁ ଗୋଟିଏ। ଯେଉଁଠାରେ ଭୂମିକମ୍ପର ବିପଦ ସର୍ବଦା ରହିଥାଏ। ତିବ୍ଦତର ସୀମାବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ମଧ୍ୟ ମିଆଁମାରରେ ଭୂମିକମ୍ପ ପୂର୍ବରୁ ସେହିଦିନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ମିଆଁମାରରେ ହୋଇଥିବା ଭୂମିକମ୍ପ ପରେ, ଭାରତ ସମେତ ଅନେକ ଦେଶ ରିଲିଫ୍ ସାମଗ୍ରୀ ପଠାଇଛନ୍ତି।ଅପରେସନ୍ ବ୍ରହ୍ମା ଜରିଆରେ ଭାରତୀୟ ସେନାର ଶତ୍ରୁଜିତ୍ ବ୍ରିଗେଡର ଏକ 118 ଜଣିଆ ସଦସ୍ୟ ଉଦ୍ଧାରକାର୍ଯ୍ୟରେ ମୁତୟନ ହୋଇଛନ୍ତି। ଭାରତୀୟ ବାୟୁସେନାର ଦୁଇଟି ଶକ୍ତିଶାଳୀ IAF-C17 ବିମାନ ଜରିଆରେ ରିଲିଫ ସାମଗ୍ରୀ ପଠାଯାଇଛି।…