ସଂଚାର ବ୍ୟୁରୋ: ବିରୂପା ନଦୀରେ ଅଘଟଣ । ନଦୀରେ ବୁଡି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣଙ୍କ ହେଲେ କଟକ ଜିଲ୍ଳା ସାଲେପୁର ଥାନା ଉଚ୍ଚଢ଼ିଅ ଗାଁର ରବୀନ୍ଦ୍ର ସେଠୀଙ୍କ ଦଶ ବର୍ଷର ଝିଅ ସୁପ୍ରିୟା ସେଠୀ । ସେ ସାଙ୍ଗ ମାନଙ୍କ ସହ ଉଚ୍ଚଢ଼ିଅ ଗ୍ରାମର ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ଗୋଡ ଖସିଯିବାରୁ ସେ ବୁଡିଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ରାମେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।