ଭୁବନେଶ୍ବର: ଜଳ ଦସ୍ୟୁଙ୍କୁ ଜଗିବ ଡ୍ରୋନ୍। ଜଳପଥରେ ସୁରକ୍ଷା ବ୍ୟବସ୍ଥା ହେବ ଅଧିକ କଡାକଡ଼ି । ସମୁଦ୍ର ପଥରେ ବନ୍ଦ ହେବ ଅନୁପ୍ରବେଶ। ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ପୁଲିସ। ଉପକୂଳରେ ପାଟ୍ରୋଲିଂ ପାଇଁ ଅଭିଜ୍ଞ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ନିଯୁକ୍ତି ମିଳିବ। ସୂଚନାଯୋଗ୍ୟ ରାଜ୍ୟରେ ୪୮୦ କିଲୋମିଟର ସମୁଦ୍ର ଉପକୂଳରେ ୧୮ ଟି ମେରାଇନ ଥାନା ରହିଛି। ବର୍ତ୍ତମାନ ପାଟ୍ରୋଲିଂ ପାଇଁ ୧୫ଟି ବୋଟ ରହିଛି । ୧୦ଟି ନୂଆ ଫିସିଂ କ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି। ଖୁବଶୀଘ୍ର ଇଣ୍ଟରସେଫ୍ଟର ବୋଟ ମଧ୍ୟ ତଟରକ୍ଷା ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ।