ପକ୍ଷୀ ଗଣନା ପରେ ଆଜିଠୁ ଚିଲିକାରେ ଡଲଫିନ୍ ଗଣନା । ସକାଳ ୬ ଟାରୁ ସମଗ୍ର ଚିଲିକା ଅଞ୍ଚଳରେ ଚାଲିଛି ଗଣନା। ଇରାୱlଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର ଗଣନା କରାଯାଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ୍ ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ ଅଧିନରେ ଥିବା ୨ ଟି ରେଞ୍ଜରେ ଏହି ଡଲଫିନ୍ ଗଣନା କରାଯାଉଛି। ଗଣନାକାରୀମାନେ କିଭଳି ଡଲଫିନ୍ ଗଣନା କରିବେ ସମ୍ପର୍କରେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ସୂଚନା ଦେଇଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ l ଡଲଫିନ୍ ପ୍ରଶିକ୍ଷଣ ଶିବିରରେ ୧୦୦ ରୁ ଉର୍ଦ୍ଧ୍ବ ଗଣନାକାରୀ ସାମିଲ ହୋଇଥିଲେ। ୩ ଦିନ ପର୍ଯ୍ୟନ୍ତ ହେବ ଡଲଫିନ୍ ଗଣନା