ଦୁର୍ଗା ପୂଜାରେ ଡିଜେ ବନ୍ଦ । ଭୁବନେଶ୍ୱରରେ ଦୁର୍ଗାପୂଜାରେ ବାଜିବନୀ ଡିଜେ । ପୂଜା ଓ ଭସାଣି ସମୟରେ ବାଜିବନୀ ଡିଜେ ଓ ଗଡିବନି ଡିଜେ ଗାଡି । ମଦ ମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ନିଷ୍ପତ୍ତି । ନିଶାମୁକ୍ତ ପୂଜା ପାଇଁ ପୂଜା କମିଟି କରିବେ ସତ୍ୟପାଠ । ରାଜଧାନୀର ସମସ୍ତ ପୂଜା କମିଟି ଓ କମିଶନରେଟ ପୋଲିସର ସରିଲା ବୈଠକ । ପୋଲିସ କମିଶନରଙ୍କ ଅଧକ୍ଷତାରେ ହୋଇଥିବା ବୈଠକରେ ଭୁବନେଶ୍ୱର ମଧ୍ୟ, ଏକମ୍ର, ଉତ୍ତର, ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ,ମେୟର ସମେତ ସମସ୍ତ ଦୁର୍ଗାପୂଜା କମିଟି ଓ ଭସାଣୀ କମିଟି ସଦସ୍ୟ ଉପସ୍ଥିତ ଥିଲେ ।