ସଂଚାର ବ୍ୟୁରୋ: ଟୁଇନ ସିଟିରେ ଗଣେଶ ପୂଜାରେ ଡିଜେ ବ୍ୟାନ ଘଟଣା । ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କଲା ଡିଜେ ଓ ସାଉଣ୍ଡ ଲାଇଟ ସଂଘ । ଶତାଧିକ ସଂଖ୍ୟାରେ ଏକାଠି ହେବା ସହ ପୋଲିସ ସେବା ଭବନ ଘେରାଉ କରିଛନ୍ତି । କଟକଣା ସହ ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ଦେବାକୁ ଦାବି କରି ଧାରଣାରେ ବସିଛନ୍ତି। କିଛିଦିନ ତଳେ ଗଣେଶ ପୂଜାରେ ଡିଜେ ବ୍ୟାନ କରିଥିଲା କମିଶନରେଟ ପୋଲିସ ।ଗତ ବର୍ଷ ଡିଜେ ବାଜି ଜଣଙ୍କର ମୃତ୍ୟୁ ହେବା ପରେ ଡିଜେ ବ୍ୟାନ ନେଇ ନିଷ୍ପତ୍ତି ନେଇଥିଲେ ପୋଲିସ କମିଶନର । ଏହି ନିଷ୍ପତ୍ତି ନବଦଳାଇଲେ ୧୦ ହଜାର ଡିଜେ ମାଲିକ ଜୀବିକା ହରାଇବା ସହ ତାଙ୍କ ପରିବାର ମଧ୍ୟ କ୍ଷତିଗ୍ରସ୍ତ ହେବେ ବୋଲି କହିଛି ସଂଘ ।