Tuesday, June 24, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଡିଜିଟାଲ୍‌ ପରିବର୍ତ୍ତନ ଯୋଗୁଁ ସବୁ କ୍ଷେତ୍ରରେ ବିକାଶ ହେବ

Sanchar Live by Sanchar Live
December 12, 2024
in ଓଡିଶା
0
ଡିଜିଟାଲ୍‌ ପରିବର୍ତ୍ତନ ଯୋଗୁଁ ସବୁ କ୍ଷେତ୍ରରେ ବିକାଶ ହେବ
0
SHARES
6
VIEWS
FacebookTwitter

ଭୁବନେଶ୍ୱର, ୧୨/୧୨ : ୨୦୩୬ ସୁଦ୍ଧା ଓଡ଼ିଶା ଅର୍ଥନୀତି ୫୦୦ ମିଲିୟନ୍‌ ଡଲାରରେ ପହଂଚିବାର ଲକ୍ଷ୍ୟ ରହିଥିବା ବେଳେ ଏଥିପାଇଁ ସବୁ କ୍ଷେତ୍ରରେ ବିକାଶ ଆଣିବା ନିମନ୍ତେ ଡିଜିଟାଲ୍‌ ପରିବର୍ତନର ଆବଶ୍ୟକତା ରହିଛି ବୋଲି ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଏକ ଜାତୀୟ ସେମିନାରରେ ବିଶେଷଜ୍ଞମାନେ ମତ ରଖିଛନ୍ତି । ଏହି ଲକ୍ଷ୍ୟ ପୂରଣ ନିମନ୍ତେ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶର ଆବଶ୍ୟକତା ରହିଛି ଯାହା ନିମନ୍ତେ ଡିଜିଟାଲ୍‌ ପରିବର୍ତନ ଅବଶ୍ୟମ୍ଭାବୀ ବୋଲି ଉକ୍ରଳ ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ୟୁସିସିଆଇଏଲ୍‌)ର ସଭାପତି ଡକ୍ଟର ପ୍ରବୋଧ ମହାନ୍ତି କହିଛନ୍ତି ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଜିନେସ୍‌ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ (ଆଇବିସିଏସ୍‌)ର ପକ୍ଷରୁ ଆୟୋଜିତ ଏହି ଏକ ଦିବସୀୟ ସେମିନାରର ପ୍ରସଙ୍ଗ ରହିଥିଲା ‘ନାଭିଗେଟିଂ ଦ ଫ୍ୟୁଚର୍‌ ଅଫ୍‌ ସଷ୍ଟେନେବଲ ବିଜନେସ୍‌ ଡେଭଲପ୍‌ମେଂଟ ଥ୍ରୁ ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌’ । ଏହି ସମ୍ମିଳନୀର ଉଦ୍‌ଘାଟନୀ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ମହାନ୍ତି ନିଜର ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ଅର୍ଥନୀତି କ୍ଷେତ୍ରରେ ଖଣିଜ ସମ୍ପଦର ଅନେକ ଗୁରୁତ୍ୱ ରହିଛି । ରାଜ୍ୟ ସରକାର ଏ କ୍ଷେତ୍ରରେ ଡିଜିଟାଲ୍‌ ପରିବର୍ତ୍ତନକୁ ବିନିଯୋଗ କରୁଥିବା ସେ କହିଥିଲେ ।

ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍ସ (ଏଆଇ) ଏବଂ ବ୍ଲକ୍‌ ଚେନ୍‌ର ଡିଜିଟାଲ୍‌ ପରିବର୍ତନ କ୍ଷେତ୍ରରେ ପ୍ରଭାବ ରହିଥିବା କହି ସେ ଏହା ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଡାକ୍ତର ମହାନ୍ତି ପ୍ରକାଶ କରିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‌ କ୍ଲଷ୍ଟର୍‌ (ବିସିକେଆଇସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ନମ୍ରତା ମିଶ୍ର, ବାଟୋଇର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ରଥ ଏବଂ ଆଇବିସିଏସ୍‌ର ଡିନ୍‌ ପ୍ରଫେସର ଅନୁପ କୁମାର ସାମନ୍ତରାୟ ବକ୍ତବ୍ୟ ରଖିଥିଲେ ।

ସୋଆର ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇବିସିଏସ୍‌ର ଏକାଡେମିକ ମୁଖ୍ୟ –ଏମ୍‌ବିଏ ପ୍ରୋଗ୍ରାମ୍‌ ପ୍ରଫେସର ଦୁର୍ଯ୍ୟୋଧନ ଜେନା ଏବଂ ଆସୋସିଏଟ୍‌ ପ୍ରଫେସର ଡକ୍ଟର ଆଶିଷ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ । ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନ୍‌ଜିତ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଡକ୍ଟର ମିଶ୍ର କହିଥିଲେ ଯେ ଭାରତରେ ଡିଜିଟାଲ୍‌ ପରିବର୍ତନ ନିମନ୍ତେ ସମୟ ଉପସ୍ଥିତ । ନୂତନତ୍ୱର ପ୍ରବର୍ତନ ତଥା ସବୁ ବିଷୟ ଉପରେ ଗୁରୁତ୍ୱ ଦେଇ ବିକାଶ ସାଧନ କରିବା ଜରୁରୀ ବୋଲି ସେ କହିଥିଲେ ।

ଭାରତରେ ଗବେଷଣାର ଦୃଶ୍ୟପଟ୍ଟ ବର୍ତ୍ତମାନ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି । ଛାତ୍ରଛାତ୍ରୀମାନେ, ଯେଉଁମାନେ କି ପରିବର୍ତନର ବାର୍ତାବହ, ସେମାନେ ବର୍ତ୍ତମାନ ଉଦ୍ୟୋଗ ପ୍ରତି ଅଧିକ ଆଗ୍ରହୀ ଥିବା ଦେଖାଯାଉଛି । ଡିଜିଟାଲ୍‌ ପରିବର୍ତ୍ତନ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ଭାରତ ଉପରେ ଆଖି ରଖିଥିବା ବେଳେ ଓଡ଼ିଶାରେ ଷ୍ଟାର୍ଟ ଅପ୍‌ ଗୁଡ଼ିକ ନୀରବରେ ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍ସ ଏବଂ ମେସିନ୍‌ ଲର୍ଣ୍ଣିଂ ଭଳି ଉପକରଣ ବ୍ୟବହାର କରି ଆଗ ବଢ଼ି ଚାଲିଛନ୍ତି ବୋଲି ସେ କହିଥିଲେ ।

ଶ୍ରୀ ରଥ କହିଥିଲେ ଯେ ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍ସର ଆବିର୍ଭାବ ଫଳରେ କର୍ମଯୋଗାଣ କ୍ଷେତ୍ରରେ ଅସମତା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଥିବା ବେଳେ ଏହା ଅଧିକ ସଂଖ୍ୟାରେ ନୂତନ କାର୍ଯ୍ୟ ସୃଷ୍ଟି କରିବ । ଛାତ୍ରଛାତ୍ରୀମାନେ ଏହି ପରିବର୍ତ୍ତିତ ପରିସ୍ଥିତିରେ ଅଧ୍ୟୟନ ନିମନ୍ତେ ସିଲାବସ ଉପରେ ଦୃଷ୍ଟି ନିବଦ୍ଧ ନ କରି ସେମାନେ କ’ଣ ଶିକ୍ଷା କରିବା ଆବଶ୍ୟକ ସେ ବିଷୟରେ ଚିନ୍ତା କରିବା ପ୍ରୟୋଜନ ବୋଲି ସେ କହିଥିଲେ ।

Tags: digital changesoa university
ShareTweetShareSend
Sanchar Live

Sanchar Live

Next Post
ସଫଳ ହେବାକୁ ହେଲେ କରିବେ କ’ଣ ? ଜାଣନ୍ତୁ ସକସେସ୍ ସିକ୍ରେଟ…

ସଫଳ ହେବାକୁ ହେଲେ କରିବେ କ’ଣ ? ଜାଣନ୍ତୁ ସକସେସ୍ ସିକ୍ରେଟ…

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମୁଁ ୪ ବର୍ଷ ଯାଏ ସିଂହବାହିନୀରେ କାମ କରିବି : ପିୟୂଷ
  • ପୁଣି ସମସ୍ୟାରେ ଏୟାର ଇଣ୍ଡିଆ ବିମାନ
  • ଚୋରି ହୋଇନି ମହାପ୍ରଭୁଙ୍କ ମୋଦକ: ଆଇନମନ୍ତ୍ରୀ
  • ଆଜି ଅଣବସର ଚତୁର୍ଦ୍ଦଶୀ ତିଥି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି
  • ଶସ୍ତା ହେଲା ସୁନା, ଜାଣନ୍ତୁ ୨୨ ଓ ୨୪ କ୍ୟାରେଟ୍ ପିଛା କେତେ ରହିଛି ମୂଲ୍ୟ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.