ସଂଚାର ବ୍ୟୁରୋ: ଭାରତ ଆକାଶରେ ଦୃଶ୍ୟମାନ ହେଉଛି ଆଉ ଏକ ମହାଜାଗତିକ ଦୃଶ୍ୟ । ୮୦ ହଜାର ବର୍ଷ ତଳର ଏକ ଉଲକା ବା ଧୂମକେତୁକୁ ଆକାଶରେ ଦେଖିବାକୁ ମିଳୁଛି। କିଛି ଦିନ ହେବ ସକାଳ ସମୟରେ ଆକାଶରେ ଏହି ଧୂମକେତୁ ଦେଖାଯାଉଛି। ଯାହା ଏକ ରଙ୍ଗୀନ ପ୍ରାକୃତିକ ଦୃଶ୍ୟ ପ୍ରଦାନ କରୁଛି। ଏହି ଧୂମକେତୁର ନାମ Comet C/2023 A3। ଏହି ଧୂମକେତୁଟି ଆସନ୍ତା ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଖାଲି ଆଖିରେ ଦେଖାଯିବାର ସମ୍ଭାବନା ରହିଛି। ଆସନ୍ତ ୧୨ ତାରିଖରେ ପ୍ରାୟ ୭ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ। ୧୫ ତାରିଖ ସଂଧ୍ୟା ୬ଟା ୧୫ରେ ପଶ୍ଚିମ ଦିଗବଳୟର ପ୍ରାୟ ୧୬ ଡିଗ୍ରୀ ଉପରେ ଏହା ଦେଖାଯିବ। ପରେ ଧିରେ ଧିରେ ତଳ ଆଡକୁ ଗତିକରି ପ୍ରାୟ ଅଧଘଣ୍ଟା ପରେ ଅସ୍ତ ହୋଇଯିବ। ପରେ ଉପରକୁ ଉପରକୁ ଦେଖାଯାଇ ୨୦ ତାରିଖରେ ୩୬ ଡିଗ୍ରୀ ଉପରେ ପହଞ୍ଚିବ। ଧୁମକେତୁ ସୂର୍ଯଠାରୁ ଦୂରେଇ ଯିବା ପରେ ଏହାର ଉଜ୍ବଳତା କମିବ। ଫଳରେ ଏହାକୁ ଖାଲି ଆଖିରେ ଦେଖି ହେବ ନାହିଁ। ଧୂମକେତୁଟି ଖାଲି ଆଖିକୁ ଏକ ତାରା ଓ ତାକୁ ଲାଗି ରହିଥିବା ମେଘ ଭଳିଆ ଛୋଟ ଝାପସା ଲାଞ୍ଜଟିଏ ଦେଖାଯିବ। ଦୀର୍ଘ ୨୭ ବର୍ଷ ପରେ ଖାଲି ଆଖିରେ ଏହି ଧୂମକେତୁକୁ ଦେଖିବାର ସୁଯୋଗ ମିଳିଛି।