ସଂଚାର ବ୍ୟୁରୋ: ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ଶାସନ ଛକରେ ମଦ୍ୟପ ଟ୍ରାକ୍ଟର ଚାଳକଙ୍କ ଉନ୍ମତ୍ତ କାଣ୍ଡ। ନିଶାସକ୍ତ ଅବସ୍ଥାରେ ଦୋକାନ ଭିତରେ ଟ୍ରାକ୍ଟର ମଡ଼ାଇ ଦେଲା ମଦ୍ୟପ ଡ୍ରାଇଭର । ଟ୍ରାକ୍ଟର ମାଡ଼ିଯାଇ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଉତ୍ତେଜିତ ଲୋକମାନେ ସହରର ମୁଖ୍ୟ ରାସ୍ତାରେ ବାଉଁଶ ପୋତି ଅବରୋଧ କରିଛନ୍ତି । ଦୃତ ଗତିରେ ଟ୍ରାକ୍ଟର ଆସି ଦୋକାନରେ ଥିବା ଯୁବକଙ୍କ ଉପରେ ମାଡ଼ିଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।