ସଂଚାର ବ୍ୟୁରୋ: ସର୍ଟଷ୍ଟେ ହୋମରୁ ଏକା ସାଙ୍ଗରେ ତିନି ନାବାଳିକା ନିଖୋଜ। ଢେ଼ଙ୍କାନାଳ ଗୋବିନ୍ଦପୁର ସ୍ଥିତ ଜାଗୃତି ନାମକ ଏକ ସର୍ଟଷ୍ଟେ ହୋମରୁ 3 ନାବାଳିକା ନିଖୋଜ ହୋଇଛନ୍ତି । ତିନି ଜଣ ନାବାଳିକା ସଦର ଥାନା ଓ ଗନ୍ଦିଆ ଥାନା ଅଞ୍ଚଳର ହୋଇଥିବା ସୂଚନା ରହିଛି । ତିନି ନାବାଳିକା ନିଖୋଜ ନେଇ ସଦର ଥାନାରେ ଅଭିଯୋଗ କଲେ ସଂସ୍ଥାର କର୍ମକର୍ତ୍ତା । ତିନି ନାବାଳିକା ୨୮ ତାରିଖରୁ ନିଖୋଜ ହେବା ସହ ସେମାନଙ୍କ ବୟସ ୧୬ରୁ ୧୮ ହେବ ବୋଲି ଜଣାପଡିଛି। କୁଆଡେ କେଉ ଅବସ୍ତାରେ ତିନି ନାବାଳିକା ନିଖୋଜ ଅଛନ୍ତି ତାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଚି।ଏକା ସାଙ୍ଗରେ ତିନି ନା ବାଳିକା ନିଖୋଜ ନେଇ ସର୍ଟଷ୍ଟେ ହୋମର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।