ସଂଚାର ବ୍ୟୁରୋ: ରାଜ୍ୟରେ ମହିଳା ଅସୁରକ୍ଷିତ । ଘରେ ପଶି ମହିଳାଙ୍କୁ ନିସ୍ତୁକ ମାଡ଼ ସହ ଅସଦାଚରଣ ଅଭିଯୋଗ ହୋଇଛି । ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଜଣେ ବିଧବା ମହିଳାଙ୍କ ଘରେ ଗତ ରାତିରେ ୪ ଜଣ ଦୃର୍ବୁତ୍ତ ଖଣ୍ଡା ଧରି ପଶି ଆତଙ୍କ ଖେଳାଇଥିଲେ। ୨ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଅସଦାଚରଣ କରିବା ସହ ଘୋଷାଡ଼ି ଘୋଷାଡ଼ି ପଦାକୁ ଆଣି ନିସ୍ତୁକ ମାଡ଼ ମାରିଥିଲେ । ୧୫ ମିନିଟ ଧରି ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯାହାର ଭିଜୁଆଲ ନନ୍ଦିଘୋଷ ଟିଭି ହାତରେ ଲାଗିଛି। ଯାହାକୁ ଦେଖିଲେ ଦୁର୍ବୃତ୍ତଙ୍କ ନିଷ୍ଠୁରତା ଜଳ ଜଳ କରି ଦିଶୁଛି। ଏ ସମ୍ପର୍କ ରେ ଉକ୍ତ ମହିଳା ଜଣଙ୍କ ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।