Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଦେଶ ଏବଂ ରାଜ୍ୟ ପାଇଁ ଧର୍ମେନ୍ଦ୍ରଙ୍କ ଅବଦାନ

Sanchar Live by Sanchar Live
July 26, 2026
in ଓଡିଶା
0
ଦେଶ ଏବଂ ରାଜ୍ୟ ପାଇଁ ଧର୍ମେନ୍ଦ୍ରଙ୍କ ଅବଦାନ
0
SHARES
18
VIEWS
FacebookTwitter

ଧର୍ମେନ୍ଦ୍ର ପ୍ରଧାନ ଜଣେ ରାଷ୍ଟ୍ରସେବକ ଭାବେ ସର୍ବଦା ପଦପଦବୀ ଅପେକ୍ଷା ରାଷ୍ଟ୍ରହିତ, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଯୁବସମାଜର ମଙ୍ଗଳକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । ମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ତାଙ୍କର ରାଜନୈତିକ ସୂଚିତା, ଉଚ୍ଚ ଆଦର୍ଶ ଏବଂ ଜନସେବା ପ୍ରତି ନିଃସ୍ୱାର୍ଥପର ସମର୍ପଣ ଭାବର ଏକ ଜ୍ୱଳନ୍ତ ଉଦାହରଣ । ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା, ମାତୃଭାଷାରେ ପାଠପଢ଼ାକୁ ପ୍ରୋତ୍ସାହିତ କରିବା, ଏବଂ ଯୁବପିଢ଼ିଙ୍କୁ ନବସୃଜନ ଓ ସ୍ୱାବଲମ୍ବନର ନୂତନ ଦିଗ ଦେଖାଇବା କ୍ଷେତ୍ରରେ କେମିତି ରହିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ମହତ୍ବପୂର୍ଣ୍ଣ ଯୋଗଦାନ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷା ମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି । ୩୪ ବର୍ଷ ପରେ ଆସିଥିବା ନୂଆ ଜାତୀୟ ଶିକ୍ଷା ନୀତିକୁ ୫+୩+୩+୪ ଶିକ୍ଷା ଢାଞ୍ଚାରେ ସାରା ଦେଶରେ କାର୍ଯ୍ୟକାରୀ କରାଯାଇଛି । ଦେଶବ୍ୟାପୀ ୧୪,୫୦୦ ରୁ ଅଧିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରିବା ପାଇଁ ବଜେଟ୍ ମଞ୍ଜୁର ହୋଇଛି । JEE, NEET, CUET ଭଳି ସମସ୍ତ ଜାତୀୟ ପ୍ରବେଶିକା ପରୀକ୍ଷା ଓଡ଼ିଆ ସମେତ ୧୩ଟି ଭାରତୀୟ ଭାଷାରେ ଆୟୋଜନ କରାଯାଇଛି । ଓଡ଼ିଶାରେ ୬ଟି ଭାଷା ସମେତ ୫୨ଟି ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକ ପ୍ରକାଶିତ ହୋଇଛି ।

ପ୍ରାୟ ୧୩୮,୮୦୨ ରୁ ଅଧିକ ସ୍କୁଲରେ ICT ଓ ସ୍ମାର୍ଟ କ୍ଲାସରୁମ୍ ବ୍ୟବସ୍ଥା ଏବଂ ୮୦,୧୦୫ ରୁ ଅଧିକ ସ୍କୁଲର ଭିତ୍ତିଭୂମି ସୁଦୃଢ଼ କରାଯାଇଛି । ଦେଶର ୯୧.୮% ସ୍କୁଲକୁ ବିଜୁଳି, ୫୪% ସ୍କୁଲକୁ ଇଣ୍ଟରନେଟ୍ ଏବଂ ୧୦୦% ସ୍କୁଲରେ ଛାତ୍ରୀ ଶୌଚାଳୟ ସୁବିଧା କରାଯାଇଛି । ଦଶମ ଶ୍ରେଣୀ ପାସ୍ ହାର ୫୮% ରୁ ବୃଦ୍ଧି ପାଇ ୯୫.୫% ରେ ପହଞ୍ଚିଛି । ଛାତ୍ରଛାତ୍ରୀଙ୍କ ମୁଣ୍ଡପିଛା ଶିକ୍ଷା ଖର୍ଚ୍ଚ ୧୩୦% ବୃଦ୍ଧି ପାଇ ୨୫,୦୪୩ କୁ ବୃଦ୍ଧି କରାଯାଇଛି ।

ଦେଶରେ ପ୍ରାୟ ୭୬ରୁ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଇଛି । ସମ୍ବଲପୁରରୁ ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ ହୋଇଛି ।
ଉଚ୍ଚ ଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖା ୪.୪୬ କୋଟିକୁ ବୃଦ୍ଧି ପାଇଛି । ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ, ଗଣିତ ଶିକ୍ଷାରେ ମହିଳା ନାମଲେଖା ୪୩% ରେ ପହଞ୍ଚିଛି, ଯାହା ବିଶ୍ୱରେ ସର୍ବାଧିକ। ୧୮-୨୩ ବର୍ଷ ବୟସ ଭିତରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନାମଲେଖା ୨୩.୭% ରୁ ବୃଦ୍ଧି ପାଇ ୨୮.୪% ହୋଇଛି । ଦେଶରେ IIT ସଂଖ୍ୟା ୧୬ ରୁ ବୃଦ୍ଧି ପାଇ ୨୩ ହୋଇଛି । ସିଟ୍ ସଂଖ୍ୟା ୬୫,୦୦୦ ରୁ ୧.୩୫ ଲକ୍ଷକୁ ଦ୍ୱିଗୁଣିତ ହୋଇଛି । ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ (GII) ରେ ଭାରତର ସ୍ଥାନ ୮୧ତମ ରୁ ୩୮ତମ ସ୍ଥାନକୁ ସୁଧୁରୁଛି ।

ସେହିପରି IIM ସଂଖ୍ୟା ୧୩ରୁ ବଢ଼ି ୨୧ ହୋଇଛି । AIIMS ସଂଖ୍ୟା ୭ରୁ ବଢ଼ି ହୋଇଛି ୨୦ଟି । ଦେଶରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ୭୨୩ ରୁ ବୃଦ୍ଧି ପାଇ ୧,୨୧୩ରେ ପହଞ୍ଚିଛି । ଭାରତର ଦୁଇଟି ପ୍ରମୁଖ IIT ମାନ୍ଦ୍ରାଜ – ଜାଞ୍ଜିବର, ତାଞ୍ଜାନିଆରେ ଏବଂ IIT ଦିଲ୍ଲୀ – ଆବୁଧାବି, UAEରେ ସ୍ଥାପନା ହୋଇଛି । ଭାରତରେ କ୍ୟାମ୍ପସ ସ୍ଥାପନ କରିବା ପାଇଁ ୟୁନାଇଟେଡ୍ କିଙ୍ଗଡମ, ଅଷ୍ଟ୍ରେଲିଆ, ୟୁନାଇଷ୍ଟେଟ୍ସ ଅଫ୍ ଆମେରିକା ଏବଂ ଇଟାଲିର ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟକୁ ଏଲଓଆଇ ପ୍ରଦାନ କରାଯାଇଛି । ୪୦୧ କୋଟି ଟଙ୍କା ବ୍ୟୟରେ ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ ପ୍ରତିଷ୍ଠା ହୋଇଛି, ଏହି ଆଇଆଇଏମରେ ୬୦୦ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ମୌଳିକ ସୁବିଧା ଉପଲବ୍ଧ ହୋଇଛି । ସେଣ୍ଟ୍ରାଲ ୟୁନିଭର୍ସିଟି ଓଡ଼ିଶାକୁ ଏକ ଗ୍ଲୋବାଲ ଷ୍ଟାଣ୍ଡାର୍ଡ୍ ଇନଷ୍ଟିଚ୍ୟୁସନ କରିବାକୁ ୬୦୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି ।

ଆଇଆଇଟି ଭୁବନେଶ୍ୱର ପାଇଁ ୪୦୪ କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ୧୦୧ କୋଟି ଟଙ୍କା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଇଁ ଦିଆଯାଇଛି । ଏନଆଇଟି ରାଉରକେଲାକୁ ୩୦୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ୧୨୩୦ କୋଟି ଟଙ୍କା ବ୍ୟୟରେ ଆଇଆଇଏସ୍ଇଆର୍, ବ୍ରହ୍ମପୁରର ସ୍ଥାୟୀ କ୍ୟାମ୍ପସ ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ୍ଣ ହୋଇ ଉଦ୍‌ଘାଟିତ ହୋଇଛି । ପ୍ରାୟ ୧୮୮୫ ଜଣ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ମୌଳିକ ସୁବିଧା ଉପଲବ୍ଧ ହୋଇଛି ।

ପିଏମ-ଉଷା ଯୋଜନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ୧୦୦ କୋଟି ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ ୨୦ କୋଟି ଲେଖାଏଁ ଅନୁଦାନ ଦିଆଯାଇଛି । ୧୦୦ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ସଦାଶିବ କ୍ୟାମ୍ପସ, ପୁରୀର ଭିତ୍ତିଭୂମି ବିକାଶ ହୋଇଛି । ୧୬ କୋଟି ବ୍ୟୟରେ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନର ଭୁବନେଶ୍ଵର ସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ ଭାଷା କେନ୍ଦ୍ରର ବିକାଶ ହୋଇଛି ।

ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ଓ ଭବିଷ୍ୟତ ପାଇଁ ଜାତୀୟ ସ୍ତରର ବିଶିଷ୍ଟ ଅନୁଷ୍ଠାନଗୁଡ଼ିକର ସ୍ଥାୟୀ କ୍ୟାମ୍ପସ ଓ ଭିତ୍ତିଭୂମି ଗଢ଼ିତୋଳିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ୨.୫ କୋଟିରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଦକ୍ଷତାର ନୂଆ ପରିଭାଷା ତିଆରି କରିଥିଲେ । IIT ଭୁବନେଶ୍ୱରରେ ରିସର୍ଚ୍ଚ ପାର୍କ । IIM ସମ୍ବଲପୁର (୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ ଓ ରଙ୍ଗବତୀ ରିସର୍ଚ୍ଚ ସେଣ୍ଟର ସହ) IISER ବ୍ରହ୍ମପୁର ର ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ହୋଇଛି । NISER ଭୁବନେଶ୍ୱରରେ ୬୫୦ କୋଟି ବ୍ୟୟରେ ‘ହୋମି ଭାଭା କ୍ୟାନ୍ସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ ଏବଂ NCARE ସୁବିଧା କରାଯାଇଛି । ଭୁବନେଶ୍ୱରରେ IOC-ICT, ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ (SDI), ଜଟଣୀରେ NSTI, ଏବଂ ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ଼ ଓ ଭଦ୍ରକ ଜିଲ୍ଲାରେ ସ୍କିଲ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା ହୋଇଛି । ସମ୍ବଲପୁରଠାରେ ‘ସିଆଇଆଇ ନ୍ୟାସନାଲ କୌଶଳ କେନ୍ଦ୍ର’ ଉଦଘାଟିତ ହୋଇଛି ।

ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରିତ୍ଵ କାଳରେ ଓଡ଼ିଶାରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ୨.୪ ଲକ୍ଷ କୋଟିର ଅଭୂତପୂର୍ବ ନିବେଶ ହୋଇଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ୮ କୋଟିରୁ ଅଧିକ ଗରିବ ପରିବାର ଏବଂ ଓଡ଼ିଶାରେ ୫୫ ଲକ୍ଷ ଗରିବ ମହିଳାଙ୍କୁ ନିଶୁଳ୍କ LPG ଗ୍ୟାସ ସଂଯୋଗ ଦେଇ ନିଜକୁ “ଉଜ୍ଜ୍ୱଳା ମ୍ୟାନ୍” ଭାବେ ପ୍ରତିଷ୍ଠିତ ହୋଇଛନ୍ତି । The Hydrocarbon Exploration and Licensing Policy ପ୍ରବର୍ତ୍ତନ କରି ଶକ୍ତି କ୍ଷେତ୍ରରେ ସଂସ୍କାର ମଧ୍ୟ ଆଣିଛନ୍ତି । ତୈଳ ଓ ଗ୍ୟାସ କ୍ଷେତ୍ରର ସାମାଜିକ ଉତ୍ତରଦାୟିତ୍ୱରୁ ଓଡ଼ିଶାରେ ୨୫୦ କୋଟିରୁ ଅଧିକ ବ୍ୟୟରେ ସ୍କୁଲ, ସ୍ୱାସ୍ଥ୍ୟ ଓ ସାମାଜିକ ଭିତ୍ତିଭୂମି ବିକାଶ କରାଯାଇଛି ।

ପାରାଦ୍ୱୀପ ରିଫାଇନାରୀର ସମ୍ପ୍ରସାରଣ, ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ମୋନୋ ଏଥିଲିନ ଗ୍ଲାଇକୋଲ (MEG) ପ୍ରକଳ୍ପ ସ୍ଥାପନ ହୋଇଛି । ଧାମରାରେ ଅତ୍ୟାଧୁନିକ ତୈଳ ଓ ଗ୍ୟାସ ହବ୍ ପ୍ରତିଷ୍ଠା ହୋଇଛି । ବରଗଡ଼ରେ ପ୍ରାୟ ୧,୭୦୦ କୋଟି ନିବେଶରେ 2G Fଥାନଲ ରିଫାଇନାରୀ କରାଯାଇଛି । ଓଡ଼ିଶାକୁ ଜାତୀୟ ଗ୍ରୀଡ୍ ସହ ଯୋଡ଼ିବା ପାଇଁ ୧୦,୦୦୦ କୋଟି ନିବେଶ ହୋଇଛି । ତୈଳ ଡିପୋ, ବଟଲିଂ ପ୍ଲାଣ୍ଟ, City Gas Distribution କ୍ଷେତ୍ରରେ ପ୍ରାୟ ୨୦,୦୦୦ କୋଟି ନିବେଶ ଆସିଛି । ସୁନ୍ଦରଗଡ଼, ରାଉରକେଲା, ଅନୁଗୁଳ ଓ ତଲାବିରାରେ ବିଦ୍ୟୁତ ପ୍ରକଳ୍ପ ପାଇଁ ୬୫,୦୦୦ କୋଟି ନିବେଶ। ହୋଇଛି । କୋଲ୍-ଗ୍ୟାସିଫିକେସନ୍ ପ୍ରଯୁକ୍ତିରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ନେଇଛନ୍ତି ପଦକ୍ଷେପ ।

ଧର୍ମେନ୍ଦ୍ରଙ୍କ ପାଇଁ କେନ୍ଦ୍ର କ୍ୟାବିନେଟରେ ୧୬୦ କିମି ଲମ୍ବ ବିଶିଷ୍ଟ ୮ ହଜାର ୩୦୦ କୋଟି ଟଙ୍କା ବ୍ୟୟରେ କୋଷ୍ଟାଲ ହାଇଓ୍ୱେକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ ।
ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ଗୌରବର ସୁରକ୍ଷା ପାଇଁ ବରୁଣେଇଠାରେ ‘ପାଇକ ସ୍ମାରକୀ’ ନିର୍ମାଣ ପାଇଁ ପଦକ୍ଷେପ, ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିରେ କୋରାପୁଟ, ଦିଲ୍ଲୀ ଏବଂ ବିଳାସପୁର ବିଶ୍ୱବିଦ୍ୟାଳୟରେ ଗବେଷଣା ପୀଠ ସ୍ଥାପନ। ଭୁବନେଶ୍ୱର ଠାରେ ‘ଓଡ଼ିଶା ରିସର୍ଚ୍ଚ ସେଣ୍ଟର’ (ORC) ସ୍ଥାପନ । ୮ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ସମ୍ବଲପୁର ଭୀମମଣ୍ଡଳୀ ଇକୋହେରିଟେଜ ସାଇଟର ଭୂମିପୂଜନ କରାଯାଇଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ,କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ମନ୍ତ୍ରୀ ଭାବେ ସୂଚାରୁପୂର୍ବକ ୧୨ ବର୍ଷ ମୋଦୀ ସରକାରରେ ଦାୟିତ୍ୱ ନିର୍ବାହ କରିଛନ୍ତି । ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ଗ୍ୟାସ ବିଭାଗର ସର୍ବାଧିକ ସମୟ ମନ୍ତ୍ରୀ ପଦବୀରେ ରହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Tags: Dharmendrapradhaneducation
ShareTweetShareSend
Sanchar Live

Sanchar Live

Next Post
ଚୀନରେ ତାଣ୍ଡବ ରଚୁଛି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ନୌଲ୍

ଚୀନରେ ତାଣ୍ଡବ ରଚୁଛି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ନୌଲ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.