ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସୋସିଆଲ ମିଡିଆ Xରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି- ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ଯ୍ୟ ଏବଂ ପରମ୍ପରାକୁ ପ୍ରତିପାଦିତ କରେ । ଏହା କେବଳ କପଡ଼ା ନୁହେଁ, ଓଡ଼ିଶାର ଆତ୍ମାର ଏକ ଅଂଶ । ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାର ସାଂସଦଙ୍କ ସହ ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରାକୁ ଗର୍ବର ସହିତ ପାଳନ କରାଯାଉଛି।
ପ୍ରତ୍ୟକ ବୟନ ପରମ୍ପରା, ସାଂସ୍କୃତିକ ଐତିହ୍ୟ, କାରିଗରୀ ଏବଂ କଳାକୃତିର ମିଶ୍ରଣ । ଆମେ ଭାରତର ବିବିଧ ହସ୍ତତନ୍ତ ଐତିହ୍ୟ ଉପରେ ଗର୍ବ କରିବା ଏବଂ ଆମର ବୁଣାକାରମାନଙ୍କୁ ସମର୍ଥନ ଓ ସଶକ୍ତ କରିବା।