Thursday, February 26, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପଦ୍ମଶ୍ରୀ ଉଛବ ଚରଣ ଦାସଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

Sanchar Live by Sanchar Live
February 26, 2026
in ଓଡିଶା
0
ପଦ୍ମଶ୍ରୀ ଉଛବ ଚରଣ ଦାସଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
0
SHARES
27
VIEWS
FacebookTwitter

ବିଶିଷ୍ଟ ଘୋଡ଼ାନାଚ କଳାକାର ଡ. ଉଚ୍ଛବ ଚରଣ ଦାସଙ୍କ ପରଲୋକ ହୋଇଯାଇଛି। ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଥିବାବେଳେ କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ପାରମ୍ପରିକ ଘୋଡ଼ାନାଚକୁ ଉଜ୍ଜୀବିତ ରଖିବାରେ ତାଙ୍କର ବିଶିଷ୍ଟ ଅବଦାନ ଥିଲା।

ଉଲ୍ଲେଖ ଥାଉ କି ଟାଙ୍ଗି ମଣିଆ ଗାଁରେ ଡ. ଦାସଙ୍କ ଜନ୍ମ। କିନ୍ତୁ ପିଲାଟି ବେଳୁ ସେ କଟକଜିଲ୍ଲା ଚୌଦ୍ବାରରେ ରହି ପାଠ ପଢୁଥିଲେ। ଅଷ୍ଟମ ଶ୍ରେଣୀରେ ପଢ଼ିବା ସମୟରେ ଘୋଡ଼ାନାଚ କରିବାକୁ ସଂକଳ୍ପ ନେଇଥିବା ଏହି କଳାକାର ବର୍ଷସାରା କିଭଳି ଘୋଡ଼ାନାଚ ପ୍ରଦର୍ଶିତ ହୋଇପାରିବ, ଗାଁଠାରୁ ବିଦେଶ, ଯେଭଳି ଘୋଡ଼ାନାଚ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ, ସେ ନେଇ ଅହରହ ଉଦ୍ୟମ ଜାରି ରଖିଥିଲେ।

ମାଟ୍ରିକ୍‌ ପାସ୍‌ କରିବା ପରେ ୧୯୬୪ ମସିହାରେ ଘୋଡ଼ାନାଚ ଶିଖାଇବା ପାଇଁ ଏକ ଅନୁଷ୍ଠାନ ଆରମ୍ଭ କରିଥିଲେ। ସେ ସମୟରେ ଘରର ଅର୍ଥାଭାବ ଥିଲା। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ପରିବାର। ଏଣୁ ପାଠ ପଢ଼ିବା ସହ ପାନ ଦୋକାନ କରିଥିଲେ । କଲେଜ ସାରି ଫେରିବା ପରେ ଦିନ ୨ଟାରେ ପାନ ଦୋକାନ ଖୋଲୁଥିଲେ। ସେଥିରୁ ଯାହା ମିଳୁଥିଲା, କିଛି ଘୋଡ଼ାନାଚ ଶିଖିବାରେ ଖର୍ଚ୍ଚ କରୁଥିଲେ। ପଢ଼ାପରେ ଚାକିରିର ସୁଯୋଗ ଆସିଥିଲେ ବି ଘୋଡ଼ାନାଚ ପାଇଁ ଏହାକୁ ପାଦରେ ଆଡ଼େଇ ଦେଇଥିଲେ। ଘୋଡ଼ାନାଚ ଶିଖାଇବା ସହ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରେ, ଯେଉଁଠି ବି ଘୋଡ଼ାନାଚ ପ୍ରଦର୍ଶନ କରିବାର ସୁଯୋଗ ମିଳୁଥିଲା, ସେଠିକୁ ଚାଲିଯାଉଥିଲେ।ସ୍ବାସ୍ଥ୍ୟ ସଚେତନତା ହେଉ କି ଅନ୍ୟାନ୍ୟ ଉପାଦେୟ କଥାବସ୍ତୁ, ସବୁବେଳେ ଘୋଡ଼ାନାଚ ଜରିଆରେ ଜନସଚେତନତା ସୃଷ୍ଟି କରିବାର ସଦିଚ୍ଛା ରଖୁଥିଲେ।

ପଦ୍ମଶ୍ରୀ ଉଛବ ଚରଣ ଦାସଙ୍କ ପରଲୋକ ଖବର ଶୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, “ଓଡ଼ିଶାର ପାରମ୍ପରିକ ଲୋକକଳା ଚଇତି ଘୋଡ଼ା ନାଚକୁ ବିଶ୍ବ ଦରବାରରେ ପହଞ୍ଚାଇଥିବା ବିଶିଷ୍ଟ କଳାକାର ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।” ନିଜର ନିଖୁଣ ଅଭିନୟ ଓ ଗୀତି କବିତା ମାଧ୍ୟମରେ ଓଡ଼ିଶାର ଲୋକସଂସ୍କୃତିକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ବିୟୋଗରେ ଓଡ଼ିଆ କଳା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଅମର ଆତ୍ମାର ସଦଗତି କାମନା କରିବାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Tags: Dharmendrapradhanusttav dash
ShareTweetShareSend
Sanchar Live

Sanchar Live

Next Post
ଏନକାଉଣ୍ଟରରେ ୨ ମାଓବାଦୀ ନିପାତ

ଏନକାଉଣ୍ଟରରେ ୨ ମାଓବାଦୀ ନିପାତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ‘ନିର୍ମଳ’ ସୁନ୍ଦରଗଡ ଏବଂ ଝାରସୁଗୁଡ଼ାରେ ଗ୍ରାମୀଣ ୱାଶ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେଉଛି
  • ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି
  • ଲୋକାୟୁକ୍ତଙ୍କ ଅଫିସରେ କେମିତି ଲାଗିଲା ନିଆଁ ?
  • ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ : ମାର୍ଚ୍ଚ ୫ ଯାଏଁ ନାମାଙ୍କନ, ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର
  • ଏନକାଉଣ୍ଟରରେ ୨ ମାଓବାଦୀ ନିପାତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.