Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

କେନ୍ଦ୍ର ବଜେଟରୁ ଓଡ଼ିଶାକୁ ବଡ଼ ଲାଭ : ଧର୍ମେନ୍ଦ୍ର

Sanchar Live by Sanchar Live
February 3, 2025
in ଓଡିଶା
0
କେନ୍ଦ୍ର ବଜେଟରୁ ଓଡ଼ିଶାକୁ ବଡ଼ ଲାଭ : ଧର୍ମେନ୍ଦ୍ର
0
SHARES
39
VIEWS
FacebookTwitter

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ  ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଯେଉଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ।  ତାହା କେବଳ ବିକଶିତ ଭାରତର ବଜେଟକୁ ପ୍ରତିଫଳନ କରୁନାହିଁ ବରଂ ଏହା ଏକ ଐତିହାସିକ, ଭବିଷ୍ୟତବାଦୀ ଓ ଦୂରଦୃଷ୍ଟିସମ୍ପନ୍ନ ବଜେଟ୍ । ଏହି ବଜେଟରୁ ଓଡ଼ିଶା ଭଳି ରାଜ୍ୟ ସବୁଠୁ ବଡ ଲାଭାର୍ଥୀ ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଚଳିତ ବଜେଟରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ଏହି ରେକର୍ଡସଂଖ୍ୟକ ରେଳ ଅନୁଦାନ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଯାତ୍ରୀ ସୁବିଧାକୁ ଆହୁରି ସହଜ କରିବ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଆମ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହାକୁ କଳ୍ପନାରେ ରଖି ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ ୨୦୨୫-୨୬ର ବଜେଟ୍ ପ୍ରସ୍ତୁତ ହୋଇଛି । ବଜେଟରୁ ଡବଲ ଇଞ୍ଜିନ ସରକାରର ସହଯୋଗରେ ଓଡ଼ିଶା ଭଳି ଅପାର ସମ୍ଭାବନାର ରାଜ୍ୟର ଅଭିବୃଦ୍ଧି ହେବ । ଗରିବ, ଚାଷୀ, ମହିଳା, ଯୁବକ, ବଞ୍ଚିତ, ପଛୁଆ ବର୍ଗ ଏବଂ ଦିବ୍ୟାଙ୍ଗମାନଙ୍କୁ ବଜେଟ୍ ସଶକ୍ତ କରିବ । ଗାଁରେ ବସବାସ କରୁଥିବା ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ହେବ । ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ମିଳିବ । ଶିଳ୍ପ, ଶକ୍ତି, ପର୍ଯ୍ୟଟନ ଓ ଆନୁଷଙ୍ଗିକ ଭିତ୍ତିଭୂମି ଭଳି କ୍ଷେତ୍ରକୁ ଆହୁରି ଅଧିକ ଅଧିକ ଗତି ମିଳିବ । ଓଡ଼ିଶାରେ ରୋଜଗାର ବଢିବ । ନିକଟରେ ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୫ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁ ଭିଜନ ରଖିଛନ୍ତି, ତାହାକୁ ପୂରଣ କରିବା ଦିଗରେ ଏହି ବଜେଟ୍ ବେଶ୍ ସହାୟକ ହେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସକ୍ଷମ ଅଙ୍ଗନୱାଡ଼ି ଓ ପୋଷଣ ୨.୦ କାର୍ଯ୍ୟକ୍ରମରେ ଓଡ଼ିଶାର ୩୬ ଲକ୍ଷରୁ ଅଧିକ ଶିଶୁ, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ଭାରତନେଟ୍ ପ୍ରକଳ୍ପ ଅଧୀନରେ ଇଣ୍ଟରନେଟ୍ ଓ ବ୍ରଡବ୍ୟାଣ୍ଡ୍ ସଂଯୋଗ ନଥିବା ସମସ୍ତ ୩,୬୫୯ଟି ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ଗ୍ରାମାଞ୍ଚଳର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇଣ୍ଟରନେଟ୍ ଓ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ । ଏହି ସବୁ ବ୍ୟବସ୍ଥାରୁ ଓଡ଼ିଶା ସିଂହ ଭାଗ ଲାଭ ପାଇବ । ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ବହି ଯୋଗାଇଦେବା ପାଇଁ ସରକାର ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଏହା ଦ୍ୱାରା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେବ । ପିଏମ ରିସର୍ଚ୍ଚ ଫେଲୋସିପ୍ ଯୋଜନା ଅଧୀନରେ ଆଇଆଇଟି ଏବଂ ଆଇଆଇଏସସିରେ ବୈଷୟିକ ଗବେଷଣା ପାଇଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧୦,୦୦୦ ଫେଲୋସିପ୍ ପ୍ରଦାନ କରାଯିବ । ଜ୍ଞାନ-ଭାରତମ ମିଶନ  ପଦକ୍ଷେପ ଅନ୍ତର୍ଗତ ଓଡ଼ିଶାର ପୁରାତନ ପୋଥି (ପାଣ୍ଡୁଲିପି) ଗୁଡିକର ସଂରକ୍ଷଣ

ହେବ । ଏହା ଦ୍ୱାରା ଆମ ରାଜ୍ୟର ସମୃଦ୍ଧ ସଂସ୍କୃତି, ସାହିତ୍ୟ ଏବଂ ଇତିହାସ ଭବିଷ୍ୟତ ପିଢି ପାଇଁ ସଂରକ୍ଷିତ ରହିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବଜେଟରେ ପିଏମ ଧନ ଧାନ୍ୟ କୃଷି ଯୋଜନା ତଥା ଏକ ବିକଶିତ କୃଷି-ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ୧୦୦ଟି ଜିଲ୍ଲାକୁ ସାମିଲ କରାଯିବା ପାଇଁ ପ୍ରାବଧାନ ହୋଇଛି । ଏହା ଦ୍ୱାରା ଓଡ଼ିଶା ଭଳି କୃଷିଭିତ୍ତିକ ରାଜ୍ୟ ବିଶେଷ ଭାବେ ଲାଭବାନ ହେବ । କପା ଉତ୍ପାଦକତା ମିଶନରେ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, ସୋନପୁର ଏବଂ ବରଗଡ଼ ଭଳି ଜିଲ୍ଲାରେ କପା ଉତ୍ପାଦନ ପ୍ରତି ପ୍ରୋତ୍ସାହନ ବଢିବ । ଓଡ଼ିଶାରେ କିଷାନ କ୍ରେଡିଟ୍ କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍ ସୀମାକୁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଓଡ଼ିଶାରେ ଥିବା ୪୦ ଲକ୍ଷ କିଷାନ କ୍ରେଡିଟ୍ କାର୍ଡଧାରୀ ଉପକୃତ ହେବେ । କମ୍ପ୍ରେସିଭ୍ ମଲ୍ଟିସ୍ପେକ୍ଟରାଲ ରୁରାଲ ପ୍ରପର୍ଟି ଆଣ୍ଡ୍ ଭିଜିଲାନ୍ସ ପ୍ରୋଗ୍ରାମ ଦ୍ୱାରା ସବୁ ବର୍ଗର ଚାଷୀମାନେ ଦକ୍ଷ ହେବା ସହ ଲାଭାନ୍ୱିତ ହେବ ।

Tags: BudgetDharmendrapradhanodisha
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ଯୋଗୁ ଲାଗିଥାଏ ଅଧିକ ନିଦ

ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ଯୋଗୁ ଲାଗିଥାଏ ଅଧିକ ନିଦ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.