ଯୁବକମାନଙ୍କ ଉଦ୍ଦେଶ୍ୟରେ ବଡ଼ କଥା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ସାଇଟ୍ ଲିଙ୍କ୍ଡ ଇନ୍ରେ ଏହି ପୋଷ୍ଟ କରିଛନ୍ତି, ଯାହାକୁ ସମସ୍ତେ ପସନ୍ଦ କରିଛନ୍ତି । ଦେଶର ଯୁବକମାନଙ୍କ ପାଇଁ ଏହା ଏକ ପ୍ରେରଣାଦାୟୀ ବାର୍ତ୍ତା ବୋଲି ଅନେକ କହିଛନ୍ତି । କାରଣ ଯୁବକମାନଙ୍କ ଭବିଷ୍ୟତ… ଦେଶର ଭବିଷ୍ୟତ । ଯୁବକମାନେ ଯେତେ ଶକ୍ତିଶାଳି ହେବେ, ଆମ ଦେଶ ସେତେ ଅଧିକ ଶକ୍ତିଶାଳି ହେବ ଏବଂ ଆଗକୁ ବଢ଼ିବ । ଯୁବକମାନେ ନିଜ ଭବିଷ୍ୟତକୁ ଯେତେ ସୁନ୍ଦର ଭାବେ ଗଢ଼ିବେ, ଆମ ଦେଶର ଭବିଷ୍ୟତ ମଧ୍ୟ ସେତେ ସୁନ୍ଦର ଭାବେ ଗଢ଼ି ଉଠିବ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଲିଙ୍କ୍ଡ ଇନ୍ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ଭବିଷ୍ୟତ କେବେ ବି ଆପେ ଆପେ ଗଢ଼ି ହୁଏନି, ଏହାକୁ ନିଜ ହାତରେ ସୁନ୍ଦର ଭାବେ ଗଢ଼ି ତୋଳିବାକୁ ହୋଇଥାଏ’ । ସାଧାରଣ ଭାଷାରେ କହିବାକୁ ଗଲେ ଯିଏ ନିଜ ଭବିଷ୍ୟତକୁ ଯେମିତି ଗଢ଼ିବ ସିଏ ସେମିତି ଫଳ ପାଇବ ।
କେନ୍ଦ୍ରମନ୍ତ୍ରୀଙ୍କ ଏହି ପୋଷ୍ଟ ପଡ଼ିବା ମାତ୍ରେ ଏହା ଭାଇରାଲ ହେବାକୁ ଲାଗିଲା । ସୋସିଆଲ ମିଡିଆରେ ଏହା ଢ଼େର ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଛି । କାରଣ କେନ୍ଦ୍ରମନ୍ତ୍ରୀଙ୍କ ଏହି ପଦେ କଥା ଦେଶର ଯୁବକମାନଙ୍କ ପାଇଁ ରହିଥିଲା ବୋଲି କୁହାଯାଇଛି । ଯୁବକମାନେ ହିଁ ବିକଶିତ ଓ ପ୍ରଗତିଶୀଳ ଭାରତର ଚେହେରା । ଭାରତକୁ ନୂଆ ଦିଶାରେ ନେବା ପାଇଁ ଯୁବକମାନଙ୍କ ଭୁମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତାଙ୍କ ଦ୍ୱାରା ହିଁ ନୂଆ ଭାରତର ନିର୍ମାଣ କରାଯାଇପାରିବ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ଦେଶର ଯୁବକମାନଙ୍କୁ ଏଭଳି ଉତ୍ସାହିତ କରିଥାନ୍ତି । ସେ କେବଳ ପଲିସି ଭିତରେ ବାନ୍ଧି ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ । କାରଣ କେବଳ ପଲିସି ଦ୍ୱାରା ଦେଶ ଆଗକୁ ବଢ଼ିନଥାଏ । ତେଣୁ ସେ ବାସ୍ତବିକ କ୍ଷେତ୍ରରେ ପ୍ରତ୍ୟେକ କାମକୁ ପ୍ରୟୋଗ କରିବାରେ ବିଶ୍ୱାସ ରଖନ୍ତି । ଯୁବକମାନେ ପ୍ରାକ୍ଟିକାଲ ଫିଲ୍ଡରେ ଯେତେ ନିଜକୁ ନିୟୋଜିତ କରିବେ, ଦେଶ ସେତେ ଆଗକୁ ଯିବ ।
କେବଳ ଯୁବକମାନଙ୍କୁ ନୁହେଁ, ଛାତ୍ର, ଶିକ୍ଷକ ତଥା ଅଧ୍ୟାପକ, ବ୍ୟବସାୟୀଙ୍କୁ ମଧ୍ୟ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଥାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

