ସଂଚାର ବ୍ୟୁରୋ: ଖୁବଶୀଘ୍ର ସମ୍ବଲପୁରକୁ ଆସିବେ ୪ ମହାବଳ ବାଘ। ସମ୍ବଲପୁର ଚିଡିଆଖାନାକୁ ଦୁଇ ଯୋଡ଼ା ଅର୍ଥାତ୍ ୪ ରୟାଲ ବେଙ୍ଗଲ ଟାଇଗର ଆସିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଚିଡ଼ିଆଖାନାର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ରୟାଲ ବେଙ୍ଗଲ ଟାଇଗର ସହ କୁମ୍ଭୀର ମଧ୍ୟ ସମ୍ବଲପୁର ଚିଡିଆଖାନାକୁ ଆସିବେ ବୋଲି ସେ କହିଛନ୍ତି।

