ସଂଚାର ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିନିକିଆ ଗସ୍ତରେ ଆସି ପ୍ରଥମେ ସିଟି ସ୍କୁଲରେ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିଥିଲେ ।ପରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଭୂମି ପୂଜନ କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ସଂଗୀତା ସିଂଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରରେ ୮୫ ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ଅନୁମୋଦନ ହୋଇଥିବା ବେଳେ ରାଜ୍ୟରେ ୮ ଟି ବିଦ୍ୟାଳୟ ଖୋଲିବାର ଅନୁମୋଦନ ହୋଇଛି । ଏବଂ ଆଜି ବଲାଙ୍ଗୀର ଜିଲ୍ଲାରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥିବାରୁ କେନ୍ଦ୍ର ମନ୍ତ୍ରୀଙ୍କୁ ଉପ ମୁଖ୍ୟମନ୍ତ୍ରୀ, ବଲାଙ୍ଗିର ସାଂସଦ ଧନ୍ୟବାଦ ଦେଇଥିଲେ ।