Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହ

Sanchar Live by Sanchar Live
December 24, 2024
in ଓଡିଶା
0
ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହ
0
SHARES
12
VIEWS
FacebookTwitter

କଟକ : ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶାରେ ଶିକ୍ଷକ ଓ ଶିକ୍ଷାର ବିକାଶ ହେବ। ଶିକ୍ଷକମାନଙ୍କର ଆବଶ୍ୟକତା, ଯୁବକ ଯୁବତୀଙ୍କ ସ୍ୱାର୍ଥ ଓ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଦାୟିତ୍ୱ ନିଆଯିବ। ଏକଥା ମଙ୍ଗଳବାର କଟକ ସ୍ଥିତ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ (ଆର୍‌ଏନ୍‌ଆଇଏଏସ୍‌ଇ)ର ଶତବାର୍ଷିକୀ ସମାରୋହରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରତିଷ୍ଠାନର ଶତବାର୍ଷିକୀ ପୂରଣ ହେବା ଅବସରରେ ଶୁଭେଚ୍ଛା ଜଣାଇବା ସହ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ କରିବା ଲକ୍ଷ୍ୟରେ, ୧୮୬୯ରେ କଟକ ନର୍ମାଲ ସ୍କୁଲ୍‌ ପ୍ରତିଷ୍ଠା ହୋଇଥିଲା। ପରେ ଏହାର ନାମ ବଦଳି କଟକ ଟ୍ରେନିଂ ସ୍କୁଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଟ୍ରେନିଂ କଲେଜ କରାଯାଇ ଥିଲା। ତେବେ ୧୯୨୩ରୁ ଏହି କଲେଜ ରାଧାନାଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡ୍‌ଭାନ୍‌ସଡ୍‌ ଷ୍ଟଡି ଇନ୍ ଏଜୁକେସନ ନାମରେ ,ଦୀର୍ଘ ୧୦୦ ବ‌ର୍ଷ ଧରି ଅନେକ ଦକ୍ଷ ତଥା ପ୍ରଶିକ୍ଷିତ ଶିକ୍ଷକ ସୃଷ୍ଟି କରି ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟର କନିକା ଲାଇବ୍ରେରୀ ପରେ ଏହି ପ୍ରତିଷ୍ଠାନରେ ଥିବା ଲାଇବ୍ରେରୀ ଉଚ୍ଚକୋଟୀର। ଏହି ଅନୁଷ୍ଠାନରେ ବିଇଡି, ଏମଇଡି, ଏମଫିଲ୍ ଆଦି ପାଠ୍ୟକ୍ରମ ରହିଥିବା ବେଳେ, ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଜ୍ୟ, ଦେଶ ତଥା ‌ଦେଶ ବାହାରେ କାର୍ଯ୍ୟ କରି ସୁନାମ ଆଣିଛନ୍ତି। ଏହି ଅନୁଷ୍ଠାନକୁ ଶହେ ବର୍ଷ ପୂରଣ ହେବା ଆମ ରାଜ୍ୟ ପାଇଁ ଏକ ଗୌରବମୟ ଉପଲବ୍ଧି।

ଏହି ସମାରୋହରେ ଧର୍ମେନ୍ଦ୍ର ପ୍ରଧାନ ନାକ୍ ଅଧିସ୍ୱୀକୃତି ପାଇଁ ଆବେଦନ କରିବାକୁ ପ୍ରତିଷ୍ଠାନର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା ସହ କହିଛନ୍ତି, ଏହି ଅନୁଷ୍ଠାନ ନାକ୍ ମାନ୍ୟତା ପାଇ ପାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ, ଏଠାରେ ଶିକ୍ଷକଙ୍କ ତାଲିମ ପାଇଁ ନୂଆ ପାଠ୍ୟକ୍ରମ ସହ ଚାରି ବର୍ଷିଆ ଇଣ୍ଟିଗ୍ରଟେଡ୍ ଟିଚର୍ ଏଜ୍ୟୁକେସନ ପ୍ରୋଗ୍ରାମ(ଆଇଟିଇପି) ବା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ। ଅନ୍ତଃ-ବିଭାଗୀୟ ପାଠ୍ୟକ୍ରମ ପ୍ରଚଳନ ହୋଇ ପାରିବ।

ପୂର୍ବ ସରକାର ଦାୟିତ୍ୱହୀନ କାରଣରୁ ଶିକ୍ଷକ ଅଭାବ ଓ ନିଯୁକ୍ତିର ବାହାନା ଦେଖାଇ ଏହି ପ୍ରତିଷ୍ଠାନକୁ ବନ୍ଦ କରି ଅନ୍ୟ କଲେଜ ସହ ମିଶାଇ ଦେବା ପାଇଁ ଯୋଜନା କରି ଥିଲେ। ମାତ୍ର ପ୍ରତିବାଦ ହେବାରୁ ସରକାର ତାଙ୍କ ନିଷ୍ପତ୍ତି ବଦଳାଇବା ପାଇଁ ବାଧ୍ୟ ହୋଇ ଥିଲେ। ଆମ ପିଲାମାନଙ୍କ ପାଖରେ ଦକ୍ଷତା ଅଛି, ଯାହା ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବ। ଓଡ଼ିଆ ଛାତ୍ରଛାତ୍ରୀମାନେ କର୍ଣ୍ଣାଟକ, ଝାଡଖଣ୍ଡ ଓ ଛତିଶଗଡକୁ ଯାଇ ସେଠାରେ ବିଇଡି ପାଠ ପଢୁଥିବା ବେଳେ ଏଠାରେ କାହିଁକି ପୂର୍ବ ସରକାର ବିଇଡି ପାଠ୍ୟକ୍ରମକୁ ପ୍ରତ୍ସାହିତ କରି ପାରିଲେ ନାହିଁ ? ବର୍ତ୍ତମାନ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଅଛି। ଆଗାମୀ ଦିନରେ ଦୁଇବର୍ଷିଆ କିମ୍ବା ଚାରି ବର୍ଷିଆ ବିଇଡି ପାଠ ପଢିବା ପାଇଁ ଅଧିକ ଅନୁଷ୍ଠାନ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ। ଓଡ଼ିଶାର ଭବିଷ୍ୟତ ସୁରକ୍ଷା ଓ ଯୁବକ ଯୁବତୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ନୀତି ପ୍ରଣୟନ କରିବା ନେଇ ମଧ୍ୟ ଆଲୋଚନା ହେବ।

ଏକବିଂଶ ଶତାବ୍ଦୀରେ ଶିକ୍ଷାର ମହତ୍ତ୍ୱ ଯେତିକି ବଢ଼ିଛି, ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ତା’ ଠାରୁ ଯଥେଷ୍ଟ ବେଶି ବୃଦ୍ଧି ପାଇଛି। ଶିକ୍ଷକଙ୍କ ଆବଶ୍ୟକତା ପୂରଣ ନହେଲେ ସେମାନେ ସମ୍ଭବତଃ ଭଲ ଶିକ୍ଷାଦାନ କରି ପାରିବେ ନାହିଁ। ଯେତେବେଳେ ଆମେ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣ କରିବା ଦିଗରେ ଅଗ୍ରସର ହେଉଛେ, ସେ ସମୟରେ ଶିକ୍ଷାର ବିକାଶ ଏବଂ ଶିକ୍ଷାନୁଷ୍ଠାନର ଉନ୍ନତିକରଣକୁ ଆମକୁ ଗୁରୁତ୍ୱ ଦେବାକୁ ହେବ। ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସମସ୍ତ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଆମର ଲକ୍ଷ୍ୟ ଓ ଦାୟିତ୍ୱ।

ସ୍କୁଲରେ ଡ୍ରପ୍‌ ଆଉଟ ହାର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ଡ୍ରପ୍ ଆଉଟ ହାରକୁ ହ୍ରାସ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରୟାସ କରୁଛନ୍ତି। ପରୀକ୍ଷାକୁ ଚାପମୁକ୍ତ କରିବାକୁ ପଡିବ। ଏହି ଲକ୍ଷ୍ୟରେ ‘ପରୀକ୍ଷା ପେ ଚର୍ଚ୍ଚା’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପରୀକ୍ଷା ସହ ଜଡ଼ିତ ଚାପକୁ ଦୂର କରିବା ଏବଂ ‘ଏଗଜାମ୍ ୱାରିୟର୍ସ’ଙ୍କ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରୁଛନ୍ତି। ଶ୍ରେଣୀଗୃହ, ଆବଶ୍ୟକ ଶିକ୍ଷକ ଓ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ସୁବ୍ୟବସ୍ଥିତ କରି ଡ୍ରପ୍ ଆଉଟ କମାଇବା ପାଇଁ ଆମ ସରକାରଙ୍କ ପ୍ରଚେଷ୍ଟା ରହିବ। ଉକ୍ତ ଶତବାର୍ଷିକୀ ସମାରୋହରେ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଧାୟକମାନେ ପ୍ରମୁଖ ଉପସ୍ଥିତ ଥିଲେ।

Tags: cuttackdharmendra pradhan
ShareTweetShareSend
Sanchar Live

Sanchar Live

Next Post
ବାଗ୍ମୀ ବିଶ୍ୱନାଥ କର ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବାଗ୍ମୀ ବିଶ୍ୱନାଥ କର ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.