Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ : ଧର୍ମେନ୍ଦ୍ର ପ୍ରଧାନ

Sanchar Live by Sanchar Live
December 15, 2024
in ଓଡିଶା
0
ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ : ଧର୍ମେନ୍ଦ୍ର ପ୍ରଧାନ
0
SHARES
5
VIEWS
FacebookTwitter

ସମ୍ବଲପୁର : ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ଦେଶ ସ୍ୱାଧୀନତାର ନେତୃତ୍ୱ ବିକଶିତ ହୋଇଛି । ଜଙ୍ଗଲ ଆମକୁ ସନ୍ତୁଳିତ ଜୀବନ ପ୍ରଦାନ କରେ । ଫରେଷ୍ଟ କଭରରେଜ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ରାଜ୍ୟର ସର୍ବାଧିକ ଜଙ୍ଗଲ ସମ୍ପଦ ରହିଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ସମ୍ବଲପୁର ଅନ୍ୟତମ । ୨୦୨୫ରୁ ୨୦୭୦, ଅର୍ଥାତ ଆସନ୍ତା ୪୫ ବର୍ଷ ମଧ୍ୟରେ ଆମର ଜଙ୍ଗଲ ପରିସୀମାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଙ୍ଘ, ସମ୍ବଲପୁର ଜୋନ୍ ର ସାଧାରଣ ପରିଷଦ ବୈଠକରେ ଯୋଗଦେଇ ଜଙ୍ଗଲ ସୁରକ୍ଷା ଏବଂ ଓଡ଼ିଶାରେ ବର୍ତ୍ତମାନର ବ୍ୟବସ୍ଥା ଶୀର୍ଷକ ଆଲୋଚନାଚକ୍ର ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ୧୯ଟି ଅଭୟାରଣ୍ୟ ଭିତରୁ ୪ଟି ରହିଛି ସମ୍ବଲପୁର ଅଞ୍ଚଳରେ । ତେଣୁ ଏ ଅଞ୍ଚଳର ଜନଜୀବନ, ବନ୍ୟଜନ୍ତୁ, ବନଜାତ ଦ୍ରବ୍ୟ, ଅର୍ଥନୀତି ଓ ସମାଜ, ଏସବୁ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ସନ୍ତୁଳିତ ବ୍ୟବସ୍ଥାର ବିକାଶ କରାଯିବା ଆବଶ୍ୟକ । ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କେବଳ ପରିବେଶ ପାଇଁ ଅନୁକୂଳ ନୁହେଁ, ଏହା ମଧ୍ୟ ରୋଜଗାରର ଏକ ବଡ଼ ମାଧ୍ୟମ । ଆମ ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷିତ ରଖି ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ସୁଦୃଢ଼ କରାଯାଇପାରିବ ।

ଜଙ୍ଗଲ ଭିତରେ ରହିଥିବା ଜଳାଶୟଗୁଡ଼ିକର ବିକାଶ, ଜଙ୍ଗଲ ଜମିର ଅଧିକାର, ପେସା ଆଇନ ଠିକ୍ ଭାବେ କାର୍ଯ୍ୟକାରୀ କରିବା, ବନ୍ୟଜନ୍ତୁ ଓ ମଣିଷ ଭିତରେ ସଂଘର୍ଷକୁ ହ୍ରାସ କରିବା ଆଦି ଦିଗରେ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିବା ଆବଶ୍ୟକ । ସେହିପରି ପରିବର୍ତ୍ତିତ ବିଶ୍ୱରେ ନୂତନ ଟେକ୍ନୋଲଜି ସହାୟତାରେ ଆମ ଜଙ୍ଗଲ ସମ୍ପଦର ବିକାଶ ଓ ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ନିଆଯିବା ମଧ୍ୟ ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୨୦୭୦ ସୁଦ୍ଧା ଭାରତକୁ କାର୍ବନ ଏମିଶନ କ୍ଷେତ୍ରରେ ନେଟ୍ ଜିରୋ କରିବାର ସଂକଳ୍ପ ଆମେ ନେଇଛୁ ଏବଂ ମିଶନ ଲାଇଭର ପରକଳ୍ପନା ସାଙ୍ଗକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ‘ଏକ୍ ପେଡ୍ ମାଆ କେ ନାମ୍’ ଅଭିଯାନର ଶୁଭାରମ୍ଭ ମଧ୍ୟ କରିଛନ୍ତି ବୋଲି ସେ କହିଛନ୍ତି ।

ଓଡ଼ିଶାର ଆଠ ହଜାରରୁ ଅଧିକ ନନ୍-ଗେଜେଟେଡ୍ ବନ ଅଧିକାରୀ ଓ କର୍ମଚାରୀ ଅଛନ୍ତି, ଯେଉଁମାନଙ୍କର ନିଷ୍ଠା ଓ କର୍ତ୍ତବ୍ୟବୋଧ ପାଇଁ ଓଡ଼ିଶାର ଜୈବ-ବିବିଧତା ସନ୍ତୁଳିତ ହୋଇ ରହିଛି । ସେମାନଙ୍କର ନିଯୁକ୍ତି, ବେତନ ଓ ସ୍ୱୀକୃତି ଆଦିକୁ ନେଇ ରହିଆସିଥିବା ବିଭିନ୍ନ ପ୍ରସଙ୍ଗ ବିଷୟରେ ଶ୍ରୀ ପ୍ରଧାନ ଅବଗତ ହୋଇଛନ୍ତି ।

ଜାତୀୟ ଶିକ୍ଷାନୀତିକୁ ରାଜ୍ୟରେ ବିଧିବଦ୍ଧ ଭାବେ ଲାଗୁକରିବାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ଏହି ଶିକ୍ଷାନୀତି ଅନୁଯାୟୀ ଯେଉଁ ନୂଆ ପାଠ୍ୟକ୍ରମ ପ୍ରସ୍ତୁତ ହେବ, ସେଥିରେ ଓଡ଼ିଶାର ଜଙ୍ଗଲ-କୈନ୍ଦ୍ରିକ ସଂସ୍କୃତି, ଇତିହାସ ଓ ସମ୍ଭାବନା ବିଷୟରେ ଶିକ୍ଷା ଦିଆଯିବ । ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲ ସାଙ୍ଗେ ଆଦିବାସୀ ଭାଇଭଉଣୀ ମାନଙ୍କର ଜୀବନ-ଜୀବିକା ଯୋଡ଼ି ହୋଇରହିଛି । ଅତୀତରେ ଜଙ୍ଗଲରୁ ହିଁ ଦେଶ ସ୍ୱାଧୀନତାର ନେତୃତ୍ୱ ବିକଶିତ ହୋଇଥିଲା । ଏ ସମସ୍ତ ବିଷୟ ସାଙ୍ଗକୁ ସତତ ବିକାଶ ଲକ୍ଷ୍ୟ ବା ଏସ୍.ଡି.ଜି. ସଙ୍ଗେ ଜଙ୍ଗଲ ସମ୍ପଦକୁ ଯୋଡ଼ିବା ଦିଗରେ ମଧ୍ୟ ନୂତନ ପାଠକ୍ରମରେ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

କେବଳ ରାଜଧାନୀ ଭୁବନେଶ୍ୱରରେ ବିକାଶ କଲେ ଓଡ଼ିଶାର ବିକାଶ ହେବନାହିଁ । ବିକାଶର ସୁଫଳ ରାଜ୍ୟର ସମସ୍ତ ଅଞ୍ଚଳରେ ପହଞ୍ଚିବା ଦରକାର । ଆମର ସତତ ବିକାଶ ଲକ୍ଷ୍ୟ ସବୁକୁ ହାସଲ କରିବା ଦିଗରେ ଜଙ୍ଗଲ ସମ୍ପଦ ବିଶେଷ ସହାୟକ ହେବ । ଆମେ ନୂଆ ଟେକ୍ନୋଲଜିର ବ୍ୟବହାର କରି ତଥା ଆମ ବନ କର୍ମଚାରୀ ମାନଙ୍କୁ ସଶକ୍ତ କରି ଓଡ଼ିଶାକୁ ଦେଶର ଏକ ନମ୍ବର ଫରେଷ୍ଟ ଫୋର୍ସ ଭାବେ ପ୍ରସ୍ତୁତ କରିପାରିବା, ଯାହାଦ୍ୱାରା ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଗଠନର ସ୍ୱପ୍ନ ସାକାର ହୋଇପାରିବ ।

Tags: Dharmendrapradhansambalpur
ShareTweetShareSend
Sanchar Live

Sanchar Live

Next Post
ସମ୍ପ୍ରସାରିତ ହେଲା ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ

ସମ୍ପ୍ରସାରିତ ହେଲା ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.