Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sanchar Live by Sanchar Live
September 1, 2025
in ଭାରତ
0
‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
0
SHARES
20
VIEWS
FacebookTwitter

NCERTର ୬୫ତମ ପ୍ରତିଷ୍ଠା ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ ଓଡ଼ିଆ ପୁସ୍ତକର ଉନ୍ମୋଚନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ପୁସ୍ତକରେ ୧୦୦ ଜଣ ଓଡ଼ିଆ ମହାପୁରୁଷଙ୍କ ବିଷୟରେ ସୂଚନା ରହିଛି । ପୁସ୍ତକରେ କ୍ୟୁଆର୍ କୋଡ ମଧ୍ୟ ରହିଛି । ଯାହା ଫଳରେ ସମସ୍ତେ Digital ମାଧ୍ୟମରେ ମଧ୍ୟ ପଠନ କରିପାରିବେ ।

ପୁସ୍ତକରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ ପରି ଓଡ଼ିଶାର ବର ପୁତ୍ରମାନଙ୍କ ବିଷୟରେ ସୂଚନା ରହିଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଦେଶରେ ୬୫ ବର୍ଷର ଏକ ବ୍ୟବସ୍ଥା ହେଉଛି NCERT । ଦେଶର ଗଠନ ପାଇଁ ଆମ ଭବିଷ୍ୟତ ନିର୍ମାଣ ପାଇଁ NCERTର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ଅପରେସନ ସିନ୍ଦୂର ବିଭାଜନ ବିଭୀଷିକା ପରି କଥାକୁ ନେଇ ସ୍ବତନ୍ତ୍ର ମଡ୍ୟୁଲ ପ୍ରସ୍ତୁତ କରିଥିବାରୁ NCERTକୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସ୍କୁଲ ଶିକ୍ଷା ଓ ସାକ୍ଷାରତା ସଚିବ ସଞ୍ଜୟ କୁମାର, ୟୁଜିସି ପୂର୍ବତନ ଅଧକ୍ଷ ଏମ ଜଗଦୀଶ କୁମାର, ଇସ୍ରୋର ପୂର୍ବତନ ଚେୟାରମ୍ୟାନ ଏସ୍.ସୋମନାଥ, ଭାରତୀୟ ଭାଷା ସମିତି ଅଧ୍ୟକ୍ଷ ଚାମୁ କ୍ରିଷ୍ଣା ଶାସ୍ତ୍ରୀ, NCERT ଅଧ୍ୟକ୍ଷ ଦିନେଶ ପ୍ରସାଦ ସକଲନି ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପଟେ ଶ୍ରୀ ପ୍ରଧାନ କହିଛନ୍ତି ଆମ ଦେଶର ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁରେ ଏକ ପ୍ରତୀକାତ୍ମକ ଅନୁଷ୍ଠାନ ହେଉଛି ଏନସିଇଆରଟି । ଏହା କେବଳ ଏକ ପ୍ରତିଷ୍ଠାନ ନୁହେଁ ବରଂ ଏହା ଏକ ‘ଜ୍ଞାନ-କୁମ୍ଭ’ । ପ୍ରତିଷ୍ଠା ଦିନଠାରୁ ଏହା ଶିକ୍ଷା ମାଧ୍ୟମରେ ବିଶେଷ ଭାବରେ ରାଷ୍ଟ୍ର ନିର୍ମାଣରେ ଏକ ଦୀର୍ଘ ଦୂରତା ଅତିକ୍ରମ କରିଛି । ଶ୍ରୀ ପ୍ରଧାନ ଏନସିଇଆରଟିକୁ ନୂଆ ଅବତାର ଭାବରେ ଅବତୀର୍ଣ୍ଣ ହେବା ତଥା ସଂସ୍କାର-ମୁଖୀ, ଟେକ୍ନୋଲୋଜି-ଚାଳିତ ଏବଂ ବିଶ୍ୱର ବେଷ୍ଟ୍ ପ୍ରାକ୍ଟିସ୍ ଉପରେ ଧ୍ୟାନ ଦେଇ ଏକ ପରିବର୍ତ୍ତନକାରୀ ନେତୃତ୍ୱ ହେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ସେ ଆହୁରି କହିଛନ୍ତି ଯେ ଆମକୁ ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ କରିବାକୁ ପଡିବ । ସମୃଦ୍ଧ ଭାରତର ଲକ୍ଷ୍ୟ ସେତେବେଳେ ସାକାର ହେବ ଯେତେବେଳେ ଆମେ ଆମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଲୋଚନାମୂଳକ ଏବଂ ସୃଜନଶୀଳ ଚିନ୍ତାଧାରା ବିକଶିତ କରିବା । ‘ଅମୃତ ପିଢି’ରେ NCERTକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଂ ବିକଶିତ କରିବା ପାଇଁ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ପଡିବ । ଜ୍ଞାନକୁ ଦକ୍ଷତାରେ ପରିଣତ କରିବାର ଉପାୟ ମଧ୍ୟ ବାହାର କରିବାକୁ ପଡିବ । ଏନସିଇଆରଟି ଶିକ୍ଷାଗତ ସଂସ୍କାର ଆଣିବା ସହ ଶିକ୍ଷାଦାନ ଏବଂ ଶିକ୍ଷଣରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବ । ସମୃଦ୍ଧ ଭାରତର ଲକ୍ଷ୍ୟକୁ ସାକାର କରିବାରେ ଏନସିଇଆରଟି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଯୁକ୍ତିବିଦ୍ୟା-ଚାଳିତ ଶିକ୍ଷାଦାନ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିବା ସହ ‘ଦୀକ୍ଷା ୨.୦’ ଉପରେ କହିଥିଲେ ଯେ ଏହା ଏକ ଅପଗ୍ରେଡେଡ୍ ଡିଜିଟାଲ ପ୍ଲାଟଫର୍ମ, ଯାହା ପ୍ରତିକ୍ରିୟାଶୀଳ ଏବଂ ବହୁବିଧ ଡିଭାଇସ୍ ସହିତ ସୁସଙ୍ଗତ । ଏହା ଏହା ଷ୍ଟକଚର୍ଡ ଲେସନ ତଥା ସଂରଚିତ ପାଠ, ଅନୁକୂଳିତ ମୂଲ୍ୟାଙ୍କନ, ଏବଂ ଏଆଇ-ଚାଳିତ ଉପକରଣ ଯଥା ରିଡ୍ ଆଲାଉଡ୍ ଏବଂ ୧୨ଟି ଭାରତୀୟ ଭାଷାରେ ଟେକ୍ସଟ ଫାଇଲ୍ ଅନୁବାଦ ପ୍ରଦାନ କରିବ । ଦୀକ୍ଷା ଦ୍ୱାରା ଉପକୃତ ହେଉଥିବା ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା ମଧ୍ୟ କରିଥିଲେ ।

Tags: dharmendra pradhaneducation
ShareTweetShareSend
Sanchar Live

Sanchar Live

Next Post
ବୈବାହିକ ଜୀବନରେ ଖୁସିରେ ରହିବାକୁ ହେଲେ ଜାଣିରଖନ୍ତୁ…

ବୈବାହିକ ଜୀବନରେ ଖୁସିରେ ରହିବାକୁ ହେଲେ ଜାଣିରଖନ୍ତୁ...

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.