ବଲାଙ୍ଗିର: ରେଳ ଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଲୱେ ଷ୍ଟେସନ ନିକଟ ରେଳ ଧାରଣାରୁ ମୃତଦେହ ଉଦ୍ଧାର ହୋଇଛି । ଟ୍ରାକ୍ ନିକଟ ଧାନ ବିଲରେ ରକ୍ତ ପଡ଼ିଥିବାରୁ ହତ୍ୟା ସନ୍ଦେହ କରାଯାଉଛି । ଆରପିଏଫ ଓ ଜିଆରପି ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ଯୁବକଙ୍କୁ ହତ୍ୟା ପରେ ଟ୍ରେନ ଲାଇନରେ ଫିଙ୍ଗି ଆତ୍ମହତ୍ୟାର ରୂପ ଦିଆଯାଇଥିବା ସନ୍ଦେହ କରାଯାଉଛି। ତେବେ ଯୁବକ ଜଣଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ।