ସଂଚାର ବ୍ୟୁରୋ: ପାରାଦୀପ ବନ୍ଦରରେ ଜାହାଜ ଏମଭି ଡେନସା ଲାୟନ ଗିରଫ । ୪୨ ଲକ୍ଷ ୭୨ ହଜାରରୁ ଉର୍ଦ୍ଧ୍ୱ ମେଣ୍ଟେନାନ୍ସ ଟଙ୍କା ବକେୟାକୁ ନେଇ ଗିରଫ । ଗିରଫ ନିର୍ଦ୍ଦେଶ ଦେଲେ ମାନ୍ୟବର ହାଇକୋର୍ଟ ଓଡ଼ିଶା । ଓ୍ବେପଏଣ୍ଟ ପୋର୍ଟ ସର୍ଭିସ୍ ଲିମିଟେଡର ବକେୟା ଟଙ୍କା ଦେଇନାହିଁ ଜାହାଜ କମ୍ପାନୀ । ତେଣୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହୋଇ ଆଙ୍କରେଜରେ ରହିବ ଜାହାଜ । ଆଇରନ ପ୍ଲେଟ ନେବା ପାଇଁ ପାରାଦୀପ ଆସିଛି ଏମଭି ଡେନସା ଲାୟନ। ବର୍ତମାନ ଉକ୍ତ ଜାହାଜ ପିଆଇସିଟି ବର୍ଥରେ ଲାଗିଛି । ଗତ ବର୍ଷକ ମଧ୍ୟରେ ଏହାକୁ ମିଶାଇ ୪ରୁ ଉର୍ଦ୍ଧ୍ୱ ଜାହାଜ ପାରାଦୀପ ବନ୍ଦରରେ ଗିରଫ ସୋଇ ସାରିଛନ୍ତି । ଗିରଫ ହେବା ପରେ ମାନ୍ୟବର ଅଦାଲତରେ ଆପୋଷ ସମାଧାନ ମଧ୍ୟରେ ପୂର୍ବରୁ ୩ ଟି ଜାହାଜ ଟଙ୍କା ପୈଠ କରି ମୁକୁଳି ଥିବା ବେଳେ ଏହିଏମଭି ଡେନସା ଲାୟନ ଜାହାଜ ପରବର୍ତ୍ତୀ ଶୁଣାଣି ଉପରେ ଜାହାଜର ଭାଗ୍ୟ ନିର୍ଭର କରୁଛି ।.