ସଂଚାର ବ୍ୟୁରୋ: ରାଜ୍ୟରେ ମେଲେରିଆ,ଡେଙ୍ଗୁ,ଡାଇରିଆ ରୋଗର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟର ୧୫ଟି ଜିଲ୍ଲାର ୧୦ଟି ମେଡିକାଲ କଲେଜର ଅଧ୍ୟକ୍ଷକଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି। ସବୁ ଜିଲ୍ଲା ଗୁଡିକରେ ବର୍ତ୍ତମାନ ସ୍ଥିତି କେଉଁଭଳି ରହିଛି,କଣ କଲେ ସ୍ଥିତିରେ ସୁଧାର ଆସିବ ସେ ନେଇ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଯେଉଁ ଜିଲ୍ଲାଗୁଡିକରେ ମେଲେରିଆ, ଡେଙ୍ଗୁ ଅଧିକ ବ୍ୟାପୁଛି ସେହି ଜିଲ୍ଲାଗୁଡିକରେ ପର୍ଯ୍ୟପ୍ତ ପରିମାଣରେ ମେଡ଼ିସିନ ଏବଂ ମଶାରୀ ରଖିବାକୁ ନିର୍ଦେଶ ଦିଆଯାଇଛି।ଡେଙ୍ଗୁର ଆସୋଲେସନ ୱIର୍ଡକୁ ସଠିକ ରଖିବା ସହ ସଚେତନତାକୁ ଗୁରୁତ୍ୱ ଦେବାକୁ ନିର୍ଦେଶ ଦିଆଯାଇଛି।ଏହି ବୈଠକରେ ବିଭାଗୀୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।