ସଂଚାର ବ୍ୟୁରୋ: ରାଜ୍ୟର ରାଜଧାନୀରୁ ଦେଶର ରାଜଧାନୀ। ଭୁବନେଶ୍ଵରରୁ ଦିଲ୍ଲୀ ଯାଏ, କିଲର୍ ଥର୍ ଆତଙ୍କ । ଦିଲ୍ଲୀ ଚାଣକ୍ୟପୁରୀ ଅଞ୍ଚଳରେ ଦ୍ରୁତଗାମୀ ଥର୍ ଧକ୍କାରେ ଜଣକର ମୃତ୍ୟୁ। କୁହାଯାଉଛି ଡ୍ରାଇଭର ଶୋଇ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଗାଡ଼ି ଭିତରୁ ମଦ ବୋତଲ ଜବତ ହୋଇଥିବାରୁ ଡ୍ରାଇଭର ମଦ ପିଇଥିବାର ସନ୍ଦେହ କରାଯାଉଛି। ଅଧିକ ସୁରାକ ଖୋଜିବା ପାଇଁ ଫୋରେନସିକ୍ ଟିମ୍ ଯାଞ୍ଚ କରୁଛି। ନୂଆଦିଲ୍ଲୀର ହାଇପ୍ରୋଫାଇଲ କୂଟନୈତିକ ଏନକ୍ଲେଭ, ଚାଣକ୍ୟପୁରୀରେ ଏହି ଦୁର୍ଘଟଣା ଘଟିଛି। ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାଟି ରାଷ୍ଟ୍ରପତି ଭବନଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଘଟିଥିଲା। ପୋଲିସ ୨୬ ବର୍ଷୀୟ ଡ୍ରାଇଭରଙ୍କୁ ଗିରଫ କରିଛି ଏବଂ SUV ଜବତ କରିଛି। ଭିଜୁଆଲ୍ରେ ଦେଖାଯାଉଛି ଯେ ମହିନ୍ଦ୍ରା ଥର୍ ରକ୍ସର ବାମ ସମ୍ମୁଖ ପାର୍ଶ୍ୱ କ୍ଷତିଗ୍ରସ୍ତ ହୋଇଛି। କାରଟି ଉତ୍ତର ପ୍ରଦେଶର ଗାଜିଆବାଦରେ ପଞ୍ଜିକୃତ।
