ସଂଚାର ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାରେ ସାମାନ୍ୟ ଆଶ୍ଵସ୍ତି। ପ୍ରଦୂଷଣର ମାତ୍ରା କମିବା ପରେ GRAP-4 କଟକଣା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜିଆରଏପି ୪ କଟକଣା ହଟାଇ GRAP ୨ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅନୁମତି ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ଦିଲ୍ଲୀରେ ଏବେ ହାରାହାରି AQI ୩ଶହରୁ ତଳକୁ ଖସିବା ପରେ କଟକଣା କୋହଳ କଲେ ଅଦାଲତ। ତେବେ AQI 350 ପାରିହେଲେ ଜାରି ହେବ GRAP ୩ କଟକଣା। AQI ୪୦୦ ପାରିହେଲେ ପୁଣି ଜାରି ହେବ GRAP-4 କଟକଣା।