ସଂଚାର ବ୍ୟୁରୋ: ଦିଲ୍ଲୀ ପୋଲିସ କନଷ୍ଟେବଲଙ୍କୁ ହତ୍ଯା। କାରକୁ ଅଟକାଇବାକୁ କହିବାରୁ ମଡ଼ାଇ ଦେଇ ଚାଲିଗଲା ମଦ ବେପାରୀର କାର ଡ୍ରାଇଭର। ଦିଲ୍ଲୀ ନାଗଲୋଇ ଅଂଚଳର ଏ ଘଟଣା। ଗତକାଲି ରାତି ପ୍ରାୟ ୩ଟା ସମୟରେ କାରକୁ ଅଟକାଇବାକୁ କହିଥିଲେ ଡ୍ଯୁଟିରେ ଥିବା କନଷ୍ଟେବଲ ସନ୍ଦୀପ। ତେବେ କାର ଅଟକିନଥିଲା ଏହାପରେ ବାଇକରେ ପିଛା କରି ଗାଡିକୁ ସାଇଡ କରିବାକୁ ସିଗନାଲ ଦେଇଥିଲା। ଏହା ପରେ ମଧ୍ୟ କାର ନଅଟକାଇ ବାଇକ ସହ କନଷ୍ଟେବଲକୁ ଧକ୍କା ଦେଇଥିଲା ମଦ ବେପାରୀର କାର ଡ୍ରାଇଭର। ଧକ୍କା ଦେବା ପରେ ବାଇକ ସହ କନଷ୍ଟେବଲ ସନ୍ଦୀପଙ୍କୁ ପ୍ରାୟ ୧୦ ମିଟର ଘୋଷାଡ଼ି ନେଇ ଆଉ ଏକ କାରକୁ ଧକ୍କା ଦେଇଥିଲା ମଦବେପାପୀର କାର ଡ୍ରାଇଭର। ଏଥିରେ କନଷ୍ଟେବଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରୁ ଉଦ୍ଧାର କରି କନଷ୍ଟେବଲ ସନ୍ଦୀପଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ କନଷ୍ଟେବଲଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ତନାଘନା ଆରମ୍ଭ କରିଛି ଦିଲ୍ଲୀ ପୋଲିସ। ପ୍ରକୃତରେ ଏହା ଦୁର୍ଘଟଣା ନା ଜାଣିଶୁଣି ଡ୍ରାଇଭର ଜଣକ ମଡ଼ାଇ ଘୋଷାଡ଼ି ନେଇ ହତ୍ଯା କରିଛି ଖୋଳତାଡ଼ କରୁଛି ପୋଲିସ।