ସଂଚାର ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ୨୯ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛଇ। ନୂଆଦିଲ୍ଲୀ ଆସନରୁ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ। ପ୍ରବେଶ ବର୍ମା ହେଉଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ।
କାଲକାଜୀରେ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଲଢିବେ ରମେଶ ବିଦୁରୀ। ବିଜୱାସନରୁ କୈଳାସ ଗେହଲଟ ପ୍ରାର୍ଥୀ ହୋଇଛନ୍ତି। ମାଲବୀୟ ନଗରରୁ ସତୀଶ ଉପାଧ୍ୟାୟ, ଗାନ୍ଧୀ ନଗରରୁ ଅରବିନ୍ଦ ସିଂ ଲଭଲି ପ୍ରାର୍ଥୀ ହୋଇଛନ୍ତି। ଆମ ଆଦମୀ ପାର୍ଟିରୁ ଆସିଥିବା ରାଜକୁମାର ଆନନ୍ଦ, ରାଜକୁମାର ଚୌହାନ ଏବଂ କୈଳାଶ ଗେହଲଟଙ୍କୁ ବିଜେପି ଟିକେଟ ଦେଇଛି । କଂଗ୍ରେସ ଦଳରୁ ଆସିଥିବା ଅରବିନ୍ଦ ସିଂହ ଲବଲୀଙ୍କୁ ଗାନ୍ଧୀନଗର ଆସନରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ।
ଲଭଲି କଂଗ୍ରେସର ଶୀଲା ଦୀକ୍ଷୀତଙ୍କ ସମୟରେ ଶିକ୍ଷା ମନ୍ତ୍ରୀ ରହିସାରିଛନ୍ତି । ବିଜେପି ଆଦର୍ଶ ନଗରରୁ ରାଜ କୁମାର ଭାଟିଆ, ବଦଲିରୁ ଦୀପକ ଚୌଧୁରୀ, ରିଠାଲାରୁ କୁଲବନ୍ତ ରାଣା, ନାଙ୍ଗଲୋଇ ଜାଟରୁ ଶୋକିନ, ମଙ୍ଗୋଲପୁରୀରୁ ରାଜକୁମାର ଚୌହ୍ଵାନ, ରୋହିଣୀରୁ ବିଜେନ୍ଦ୍ର ଗୁପ୍ତା, ସାଲିମାର ବାଗରୁ ରେଖା ଗୁପ୍ତା, ମଡେଲ୍ ଟାଉନ୍ରୁ ଆଶୋକ ଗୋୟଲ, କରୋଲବାଗରୁ ଦୁଶ୍ଯନ୍ତ କୁମାର ଗୌତମ, ପଟେଲନଗରରୁ ରାଜ କୁମାର ଆନନ୍ଦଙ୍କୁ ପ୍ରାର୍ଥୀ କରିଛି ବିଜେପି।