ସଂଚାର ବ୍ୟୁରୋ: ସ୍ଵତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା SIR ବିରୋଧରେ ଦିଲ୍ଲୀରେ କଂଗ୍ରେସର ସମାବେଶ। SIR ବିରୋଧରେ ଦିଲ୍ଲୀରେ କଂଗ୍ରେସର ରାଲିରେ ଶହ ଶହ କଂଗ୍ରେସ କର୍ମୀ ଓ ନେତା ସାମିଲ। ଦିଲ୍ଲୀର ରାମଲୀଳା ମଇଦାନ ଏହି ରାଲି ଅନୁଷ୍ଠିତ ହେଉଛି। ଭାରତୀୟ ନିର୍ବାଚନ କମିଶନ ଇସିଆଇର ଏକପାଖିଆ ଏବଂ ମନମୁଖୀ ଭାବରେ ଏସଆଇଆର ପଦ୍ଧତି କାର୍ଯ୍ୟକାରୀ କରି ପ୍ରକୃତ ଭୋଟରଙ୍କୁ ତାଲିକାରୁ ବାଦ ଦେଇଥିବା ଅଭିଯୋଗ କରିଛି ବିହାର କଂଗ୍ରେସ। ଏହା କେବଳ SIR ବିଷୟରେ ନୁହେଁ କେନ୍ଦ୍ର ସରକାରଙ୍କ ରୀତିମତ ବିଫଳତା ବିରୁଦ୍ଧରେ ଏକ ଗଣତାନ୍ତ୍ରିକ ପ୍ରତିରୋଧ।କଂଗ୍ରେସ ଅଭିଯୋଗ କରିଛି ଯେ, SIR ଜରିଆରେ ବିହାରରେ ଅବହେଳିତ ସମ୍ପ୍ରଦାୟ ଗୁଡ଼ିକୁ ଟାର୍ଗେଟ କରିବା ପାଇଁ ଅପବ୍ୟବହାର କରାଯାଇଥିଲା। ଦିଲ୍ଲୀରେ ବିହାର କଂଗ୍ରେସର ପ୍ରକୃତ ଶକ୍ତି ଦେଖିବ ବୋଲି କହିଛନ୍ତି କଂଗ୍ରେସ ନେତା। ରାଜସ୍ଥାନ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ମହାରାଷ୍ଟ୍ରର ନେତାମାନେ ଏହି ସମାବେଶରେ ସାମିଲ ହୋଇଛନ୍ତି।

