ସଂଚାର ବ୍ୟୁରୋ: ଆସନ୍ତା ୨୦ ତାରିଖରେ ଦିଲ୍ଲୀ ସରକାରଙ୍କ ଶପଥଗ୍ରହଣ ସମାରୋହ। ଶପଥ ନେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ କ୍ଯାବିନେଟ ମନ୍ତ୍ରୀ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ସମ୍ଭାବନା ରହିଛି। ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ହେବ ଶପଥଗ୍ରହଣ ଉତ୍ସବ। ଏଥିଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ହଜାର ହଜାର ସଂଖ୍ଯାରେ ଲୋକ ଏହି ଶପଥଗ୍ରହଣ ସମାରୋହରେ ଯୋଗ ଦେବା ସମ୍ଭାବନା ରହିଛି। ଏଥିଲାଗି ବ୍ଯାପକ ପ୍ରସ୍ତୁତି ହୋଇଛି। ଶପଥଗ୍ରହଣ ଲାଗି ୩ଟି ମଞ୍ଚ ପ୍ରସ୍ତୁତ ହୋଇଛି। ୧୫୦ ଜଣ ଅତିଥି ଉତ୍ସବରେ ସାମିଲ ହେବେ। ଶପଥଗ୍ରହଣ ସମାରୋହରେ ୩୦ ହଜାରରୁ ଅଧିକ କର୍ମୀ ଓ ସମର୍ଥକ ଯୋଗ ଦେବେ। ରାମଲୀଳା ମୈଦାନରେ ଜୋରସେରରେ ସାଜସଜ୍ଜା ଏବଂ ସଫେଇ କାମ ଚାଲିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେପଟେ ଦିଲ୍ଲୀ ବିଜେପିର ଆଜି ବୈଠକ ବସୁଛି। ଯେଉଁଥିରେ ଶପଥଗ୍ରହଣ ସମାରୋହ ଲାଗି ବିଧାୟକ ଦଳ ବୈଠକର ସମୟ ଏବଂ ତାରିଖ ସ୍ଥିର ହେବ। ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମେତ ୫୦ରୁ ଅଧିକ ଭିବିଆଇପି ନେତା ଯୋଗ ଦେବେ। ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ ସମାରୋହରେ ସାମିଲ ହେବେ। ବିଜେପି ପକ୍ଷରୁ ଦଳୀୟ କର୍ମକର୍ତ୍ତାଙ୍କୁ ମଧ୍ୟ ଶପଥଗ୍ରହଣ ସମାରୋହକୁ ଡକାଯାଇଛି।