ସଂଚାର ବ୍ୟୁରୋ: ଦିଲ୍ଲୀରେ ଭୟଙ୍କର ଦୁର୍ଘଟଣା । ମୁକାର୍ବା ଅଞ୍ଚଳର ରେଳ ୱେ ବ୍ରିଜରୁ ଖସି ପଡ଼ିଛି ଏକ କାର୍। କାର୍ ଟି ଏତେ ଦ୍ରୁତ ଗତିରେ ଯାଉଥିଲା ଯେ, ଡ୍ରାଇଭର ଜଣକ ନିୟନ୍ତ୍ରଣ କରିନପାରିଥିଲେ। କାର୍ ଟି ତଳେ ରେଳ ଧାରଣା ଉପରେ ପଡ଼ି ଯାଇଥିଲା। ପରେ କାରକୁ ଧାରଣାରୁ ହଟାଇ ଦିଆଯାଇଛି। ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହିତ ଜଣେ ବାଇକ ଆରୋହୀ ମଧ୍ୟ ବ୍ରିଜରୁ ତଳେ ପଡ଼ି ଯାଇଥିଲେ। ଆଶଙ୍କା କରାଯାଉଛି, ଉଭୟଙ୍କ ମଧ୍ୟରେ ଧକ୍କା ପରେ ସେମାନେ ତଳକୁ ଖସି ପଡ଼ିଛନ୍ତି। ବାଇକ୍ ଆରୋହୀଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। … ତେବେ ସୌଭାଗ୍ୟବଶତଃ ଉଭୟ କାର୍ ଡ୍ରାଇଭର ଓ ବାଇକ୍ ଆରୋହୀ ବର୍ତ୍ତି ଯାଇଛନ୍ତି, କାରଣ ସେ ସମୟରେ କୌଣସି ଟ୍ରେନ୍ ଟ୍ରାକରେ ଆସୁନଥିଲା। ଯଦି ଟ୍ରେନ ଆସୁଥାନ୍ତା, ତେବେ ନିଶ୍ଚିତ ଭାବେ ଆହୁରି ବଡ଼ ଅଘଟଣ ହେବାର ଆଶଙ୍କା ଥିଲା। …