ସଂଚାର ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସ । ପୁଣି ସାମନାକୁ ଆସିଲା ନିରାଶଜନକ ଖବର । ଲଢ଼ୁଆ ପ୍ରଦର୍ଶନ ସତ୍ତ୍ବ କ୍ବାଟର ଫାଇନାଲରେ ହାରିଗଲେ ଦୀପିକା କୁମାରୀ । ତୀରନ୍ଦାଜୀ ଇଭେଣ୍ଟର କ୍ବାର୍ଟର ଫାଇନାଲରେ ଭାରତର ଦୀପିକା କୁମାରୀ ପରାଜିତ ହୋଇ ପଦକ ଦୌଡ଼ରୁ ବାହାରି ଯାଇଛନ୍ତି । ସେ ଦକ୍ଷିଣ କୋରିଆର ସୁ ୟୋ ନେମଙ୍କଠାରୁ ୬-୪ରେ ପରାଜିତ ହୋଇଛନ୍ତି । ଏହି ବିଜୟ ସହ ସୁ ୟୋ ନେମ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
ଏହା ପୂର୍ବରୁ ଦୀପିକା କୁମାରୀଙ୍କୁ ପ୍ରି-କ୍ୱାର୍ଟର ଫାଇନାଲରେ ପଞ୍ଚମ ମାନ୍ୟତାପ୍ରାପ୍ତ କ୍ରୋପେନଙ୍କୁ ପରାସ୍ତ କରିବାରେ ବିଶେଷ ଅସୁବିଧା ହୋଇନଥିଲା। ଦୀପିକା ଚତୁର୍ଥ ଅଲିମ୍ପିକ୍ସ ଖେଳୁଛନ୍ତି। ତଥାପି ସେ ଅଲିମ୍ପିକ୍ସ ପଦକକୁ ଅପେକ୍ଷା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ସେ ଏହାକୁ ସ୍ମରଣୀୟ କରିପାରିବେ।