ମହଙ୍ଗା ପଡ଼ିଲା ନେତାଙ୍କ ନିର୍ଦ୍ଦେଶରେ ନାଚିବା। ସସପେଣ୍ଡ ହୋଇଛନ୍ତି ବିହାର କନଷ୍ଟେବଳ ଦୀପକ କୁମାର। ହୋଲି ପାଳନ ସମୟରେ ଆରଜେଡି ନେତା ତେଜପ୍ରତାପ ଯାଦବଙ୍କ ନିର୍ଦ୍ଦେଶରେ ଆରଜେଡି କର୍ମୀଙ୍କ ଗହଣରେ ନାଚିଥିଲେ ଦୀପକ କୁମାର। ହୋଲି ପାଳନ ବେଳେ ୟୁନିଫର୍ମରେ ଥିବା କନଷ୍ଟେବଳଙ୍କୁ ନାଚିବା ଲାଗି ନିର୍ଦ୍ଦେଶ ଦେଇଥିଲେ ତେଜପ୍ରତାପ। ଏହା ସହ ତାଙ୍କୁ ସତର୍କ କରାଇଥିଲେ ଯେ ଯଦି ନାଚିବା ଲାଗି ଅଗ୍ରାହ୍ୟ କରନ୍ତି ତେବେ ସେ ସସପେଣ୍ଡ ହେବେ। ତେଜପ୍ରତାପଙ୍କ ନିର୍ଦ୍ଦେଶ ପରେ ପୋଲିସ ଜଣକ ଆରଜେଡି କର୍ମୀଙ୍କ ମଧ୍ଯରେ ନାଚିବା ଦେଖାଯାଇଥିଲା। ହୋଲି ଉତ୍ସବରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ବି ଏକ କୁର୍ତ୍ତାଫାଡ ଉତ୍ସବରେ ସାମିଲ ହୋଇଥିଲେ। ଏହି ଉତ୍ସବରେ କର୍ମୀମାନେ ହୋଲି ପାଳନ କରିବା ପରେ ନିଜେ ନିଜ କୁର୍ତ୍ତାକୁ ଚିରିଥିଲେ। ଏହି ଉତ୍ସବରେ ଜଣେ ବ୍ଯକ୍ତିଙ୍କ ପ୍ୟାଣ୍ଟକୁ କର୍ମୀମାନେ ଜବରଦସ୍ତ ଚିରିଦେଇଥିବା ଅଭିଯୋଗ ହୋଇଥିଲା।