ଭୁବନେଶ୍ୱର ଓୟୁଏଟି ସମ୍ମିଳନୀ କକ୍ଷରେ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି । ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବିଜେପି, ବିଜେଡି, କଂଗ୍ରେସ, ଆପ୍ ର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏହା ଛଡା ଆରଏସଏସ ଲିଡର, ସାମାଜିକ କର୍ମୀ, ଛାତ୍ର ନେତା ଓ ସାଧାରଣ ଜନତା, ସାମ୍ବାଦିକ ପ୍ରମୁଖ ଯୋଗ ଦେଇ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡେ଼ଇ, ଆପ ନେତା ନିଶିକାନ୍ତ ମହାପାତ୍ର, ବିଧାୟକ ବାବୁ ସିଂ, ଜୟନାରାୟଣ ମିଶ୍ର , ସିଦ୍ଧାନ୍ତ ମହାପାତ୍ର ଙ୍କ ସମେତ ବହୁ ମନ୍ତ୍ରୀ ବିଧାୟକ ଓ କେନ୍ଦ୍ରୀୟ ବିଜେପି ନେତା ବିଜୟ ପାଲ୍ ସିଂ ତୋମାର, ଗିରିରାଜ ସିଂ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।