ଭଦ୍ରକ: ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ଭଦ୍ରକ କେନ୍ଦୁଆପଦା ରେଳ ଷ୍ଟେସନ ନିକଟସ୍ଥ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଭଦ୍ରକ ସେରପୁରର ଲଲାଟେନ୍ଦୁ ବାରିକ। ସେ ୟୁନିୟନ ବ୍ୟାଙ୍କରେ ଚାକିରି କରୁଥିଲେ ।
ଗତକାଲି ରାତିରେ ରେଳ ଧାରଣାରେ ଲାଲଟେନ୍ଦୁଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ଭଦ୍ରକ ରେଳବାଇ ପୋଲିସକୁ ଖବର ଦେଇଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କାରଣ ଜଣାପଡିନି । ଗତକାଲି ସନ୍ଧ୍ୟାରେ ଲଲାଟେନ୍ଦୁ ବ୍ୟାଙ୍କରୁ ବାହାରିଥିଲେ, ମାତ୍ର ଘରେ ପହଞ୍ଚିନଥିଲେ। ପରିବାରଲୋକ ବହୁ ଖୋଜାଖୋଜି କରିଥିଲେ । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନି ।