ସଂଚାର ବ୍ୟୁରୋ: ଆସାମ ନାଗାଓଁରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା। ପୋଲିସ ହେପାଜତରୁ ଫେରାର ହୋଇଯାଇଥିବା ଜଣେ ଅଭିଯୁକ୍ତର ମୃତ୍ଯୁ। ପୋଲିସ ହେପାଜତରୁ ଖସି ଯାଇ ସେ ଏକ ପୋଖରୀରେ ଡେଇଁ ପଡି ପ୍ରାଣ ହରାଇଥିବା ସୂଚନା ମିଳିଛି। ନାଗାଓଁର ଧିଙ୍ଗରେ ଏହି ଘଟଣା ଘଟିଛି। ଏସଡିଆରଏଫର ଉଦ୍ଯମ କ୍ରମେ ତାର ମୃତଦେହ ମିଳିଛି। କୋଚିଂ କ୍ଲାସରୁ ଫେରୁଥିବାବେଳେ ନାବାଳିକଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଝିଅଟିକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ପଳାଇଥିଲେ ଦୁର୍ବୃତ୍ତ। ନୌଗାଁଓ ଜିଲ୍ଲାରେ ହୋଇଥିଲା ଏହି ଜଘନ୍ଯକାଣ୍ଡ। ଝିଅଟି ଦଶମ ଶ୍ରେଣୀରେ ପଢୁଥିଲା। ରାସ୍ତା କଡ଼ରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ। ହସପିଟାଲରେ ତାର ଚିକିତ୍ସା ଚାଲିଛି। ଘଟଣା ପ୍ରତିବାଦରେ ବିଭିନ୍ନ ଛାତ୍ର ସଂଗଠନ ଓ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।